ପୁଣି ମହାକୁମ୍ଭରେ ବଡ଼ ଧରଣର ଅଘଟଣ । ଥରେ ନୁହେଁ କି ୨ ଥର ନୁହେଁ ୩, ୩ ଥର ଘଟିଲାଣି ଏପରି ଅଘଟଣ । ପ୍ରୟାଗରାଜ ମହାକୁମ୍ଭରେ ତିଆରି ହୋଇଥିବା ଟେଣ୍ଟରେ ଭୟାବହ ଅଗ୍ନିକାଣ୍ଟ ଘଟିଛି । ଏହାକୁ ମିଶାଇ ୩ ଥର ଘଟିଲାଣି ଅଗ୍ନିକାଣ୍ଡ । ଏଥର ସେକ୍ଟର ୧୮ଶଙ୍କରାର୍ଯ୍ୟ ମାର୍ଗରେ ନିଆଁ ଲାଗିଛି । ଟେଣ୍ଟରେ କିପରି ନିଆଁ ଲାଗିଲା ତାହା ଏଯାଏଁ ଅସ୍ପଷ୍ଟ ରହିଥିବା ବେଳେ କୌଣସି କ୍ଷୟକ୍ଷତିର ସୂଚନା ଏଯାଏଁ ମିଳିନି ।
ଅନୁମାନ କରାଯାଉଛି ଯେ ସିଲିଣ୍ଡର କିମ୍ବା ସର୍ଟ ସରକିଟ୍ ଦ୍ୱାରା ନିଆଁ ଲାଗିଥାଇପାରେ । କିମ୍ବା ଟେଣ୍ଟ ଭିତରେ ହୁଏତ ପୂଜାପୂଜି ସମୟରେ ଦୀପ କି ଧୂପକାଠିରୁ ବି ଅଗ୍ନିକାଣ୍ଡ ଘଟିଥାଇପାରେ । ଏହା ମଧ୍ୟ ଅନୁମାନ କରାଯାଉଛି କି ମହାକୁମ୍ଭର ଟେଣ୍ଟରେ ପ୍ରତିଦିନ ହଜାର ହଜାର ଲୋକଙ୍କ ପାଇଁ ଖାଦ୍ୟ ତିଆରି ହେଉଛି । ଖାଦ୍ୟ ତିଆରି ସମୟରେ ବି ଏପରି ଅଘଟଣ ଘଟିଥାଇ ପାରେ । କୀନ୍ତୁ ଏପର୍ଯ୍ୟନ୍ତ କୌଣସି ଲୋକ ମୃତହାତ ହୋଇ ନାହାନ୍ତି ବୋଲି ସୂଚନା ରହିଛି ।
କହିବାକୁ ଗଲେ ପ୍ରୟାଗରାଜ ମହାକୁମ୍ଭରେ ଏହି ନିଆଁ ଲାଗିବା ଘଟଣା ପ୍ରଥମ ନୁହେଁ । ଏହାକୁ ମିଶେଇ ୩ ଥର ଅଗ୍ନୀକାଣ୍ଡ ଘଟି ସାରିଲାଣି । ପ୍ରଥମେ ଜାନୁୟାରୀ ୧୯ରେ ସେକ୍ଟର ୧୯ରେ ହିଁ ନିଆଁ ଲାଗିଥିଲା । ଏକ ଶିବିରରେ ରଖାଯାଇଥିବା ଘାସ ଓ ନଡାରେ ଅଚାନକ ନିଆଁ ଲାଗି ବ୍ୟାପିଥିଲା ନିଆଁ । ଏହି ନିଆଁରେ ୧୮ଟି ଶିବିର ଜଳିପୋଡି ପାଉଁଶ ହୋଇ ଯାଇଥିଲା । ଅଗ୍ନିଶମ ବିଭାଗ ଅଧିକାରୀ ମାନେ ନିଆଁକୁ ନିୟନ୍ତ୍ଣ କରିଥିଲେ ସେଥିପାଇଁ କୋ÷ଣସି ଜୀବନ ହାନି ହୋଇନଥିଲା । ଏହାପରେ ଜାନୁଆରୀ ୩୦ରେ ସେକ୍ଟର ୨୨ରେ ଲାଗିଥିଲା ନିଆଁ ଓ ଏହି ଅଗ୍ନିକାଣ୍ଡରେ ୧୫ଟି ତମ୍ବୁ ଜଳିଯାଇଥିଲା । ଆଉ ଏବେ ପୁଣି ଲାଗିଛି ନିଆଁ । ବାରମ୍ବାର ନିଆଁ ଲାଗିବାର କାରଣ ଏ ପର୍ଯ୍ୟନ୍ତ ଜଣାପଡୁନାହିଁ । ଉତ୍ତରପ୍ରଦେଶ ସରକାର ଏହାର ତଦନ୍ତ କରିବାକୁ ନିଦେ୍ର୍ଦଶ ଦେଇସାରିଛନ୍ତି । ତେବେ ଏପରି ନିଆଁ କୌଣସି ଦୁର୍ଘଟଣାରୁ ଲାଗୁଛି ନା ଏହା କାହାର ପ୍ରିପ୍ଲାନ ହୋଇଥାଇପାରେ ଏହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି ।
ସେହିପରି ୨୭ ଜାନୁଆରୀ ମଙ୍ଗଳବାର ରାତି ପ୍ରାୟ ସାଢେ ଗୋଟେ ରୁ ୨ଟା ମଧ୍ୟରେ ମହାକୁମ୍ଭରେ ହୋଇଥିଲା ଦଳାଚକଟା । ସେହିଦିନ ସାହିସ୍ନାନ ଥିବା ଯୋଗୁଁ ଲକ୍ଷାଧିକ ଶ୍ରଧାଳୁଙ୍କ ସମାଗମ ହୋଇଥିଲା । ସଙ୍ଗମର ନାକ ସ୍ଥାନରେ ହିଁ ବୁଡ଼ ପକାଇବାକୁ ଭିଡ ଲାଗିଥିଲା । ସରକାରୀ ସୂଚନା ଅନୁସାରେ ଏହି ଦଳାଚକଟା ରେ ୩୦ ଜଣଙ୍କ ଜୀବନ ଯାଇଥିଲା ଓ ୬୦ ରୁ ଅଧିକ ଲୋକ ଆହତ ହୋଇଥିଲେ ।
ତେବେ ପ୍ରୟାଗରାଜର ଏହି ମହାଆୟୋଜନରେ ବାରମ୍ବାର ଅଘଟଣ ଘଟିବା ପରେ ଏବେ ଉତ୍ତରପ୍ରଦେଶର ସରକାରଙ୍କ ମେଳା ଆୟୋଜନ କ୍ଷମତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାର ତଦନ୍ତ ଖୁବ୍ ଶୀଘ୍ର ହେବା ନିହାତି ଜରୁରୀ ବୋଲି ସାଧାରଣ ମହଲରେ ଚର୍ଚ୍ଚା ଜୋର ଧରିଲାଣି ।