ଏନ୍ଏନ୍ଏସ ଓଡିଆ, ସିରିୟା: ମହରମର ଗୋଟିଏ ଦିନ ପୂର୍ବରୁ ସିରିୟାରେ ବିସ୍ଫୋରଣ । ବୋମା ବିସ୍ଫୋରଣରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୨୩ ଜଣ ଆହତ ହୋଇଥିବା ସୂଚନା ରହିଛି । ସିରିଆର ରାଜଧାନୀ ଦମ୍ମାସକସର ଦକ୍ଷିଣରେ ଥିବା ଶିଆ ମସଜିଦ ନିକଟରେ ଏହି ଆକ୍ରମଣ ହୋଇଥିବା ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସେୟେଦା ଜାଇନାବ ସୌମସଲି ନିକଟରେ ଶିଆ ମସଜିଦ ରହିଛି । ଏହା ଏକ ଜନଗହଳି ପୂର୍ଣ୍ଣ ସ୍ଥାନ । ପ୍ରତ୍ୟେକ ଦିନ ଏଠାରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥାଏ ।
ସୂଚନା ଅନୁସାରେ,ଏଠାରେ ଥିବା ଟ୍ୟାକ୍ସି ନିକଟରେ ଏକ ବାଇକରେ ବୋମା ଖଞ୍ଜା ଯାଇଥିଲା ତାହା ବିସ୍ଫୋରଣ ହୋଇଥିବା ସୂଚନା । ବିସ୍ଫୋରଣରେ ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣ ପଛରେ ଆତଙ୍କୀ ଲିଙ୍କ ଥିବା ସନ୍ଦେହ କରାଯାଉଛି ।ପୂର୍ବରୁ ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଥିଲା ଯେ, ଜଣେ ଅଜଣା ବ୍ୟକ୍ତି ବାଇକରେ ବୋମା ଖଞ୍ଜିବା ଦ୍ବାରା ଏହି ବିସ୍ଫୋରଣ ହୋଇଥିଲା । ଜଣେ ସରକାରୀ ଅଧିକାରୀ କହିଛନ୍ତି, ହଠାତ ମସଜିଦ ନିକଟରେ ବିସ୍ଫୋରଣ ହୋଇଥିଲା । ଫଳରେ ଭୟରେ ସମସ୍ତେ ଏଣେ ତେଣେ ଦୌଡି ପଳାଇଥିଲେ । ଏହାପରେ ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ଆହତକଙ୍କୁ ହସ୍ପିଟାଲକୁ ନେଇଥିଲା । ସୁରକ୍ଷା ବାହିନୀ ଘଟଣାସ୍ଥଳରେ ମୁତୟନ ହୋଇଛନ୍ତି ।ଜୁଲାଇ ୨୭ ଅର୍ଥାତ୍ ଗତକାଲି ବିଳମ୍ବିତ ରାତିରେ ସିରିଆର ସେୟେଦା ଜାଇନାବ ସୌମସଲିର ଏକ ଟ୍ୟାକ୍ସି ନିଟକରେ ବାଇକ ଛିଡା ହୋଇଥିଲା । ହଠାତ ସେହି ସ୍ଥାନରେ ବିସ୍ଫୋରଣ ହୋଇଥିଲା । ଫଳରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୩ ଜଣ ଆହତ ହୋଇଥିଲେ । ଏନେଇ ଖବର ପାଇ ପୋଲିସ ଘଟଣଆସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲା । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।