ଆଜି ଠୁ ମହଙ୍ଗା ହେଲା ଜାତୀୟ ରାଜପଥ ରେ ଯାତ୍ରା । ଆଜି ମଧ୍ୟ ରାତ୍ରୀରୁ ଲାଗୁ ହେଲା ନୂଆ ନିୟମ । ଏଣିକି ଗାଡିଚାଳକ ମାନଙ୍କୁ ଗଣିବାକୁ ପଡିବ ଅତିରିକ୍ତ ଦେୟ । ଏଭଳି ଏକ ନୂଆ ନିୟମ ଲାଗୁ କରିଛି ନ୍ୟାସନାଲ ହାୱେ ଅଥରିଟି ଅଫ ଇଣ୍ଡିଆ ଏନ ଏଚ ଏଚ ଆଇ । ଏକ୍ସପ୍ରେସ ୱେଏ ଏବଂ ଜାତୀୟ ରାଜମାର୍ଗ ରେ ଥିବା ଟୋଲ ଗେଟ ରେ ଦେବାକୁ ପଡିବ ଏଣିକି ବର୍ଦ୍ଧିତ ଟ୍ୟାକ୍ସ । ମୁମ୍ବାଇ ଓ ପୁନେ ରେ ୧୮ % ବଢିବା ସହ ସାରା ଦେଶ ରେ ପାଖା ପାଖି ୧୦ % ବଢିବ ବୋଲି ନିଆଯାଇଛି ନିଷ୍ପତି । ବିଭିନ୍ନ ଶ୍ରେଣୀ ର ବାହନ କୁ ପୂର୍ବାପେକ୍ଷା ୫ ରୁ ୧୫ % ଅଧିକ ଟୋଲ ଟ୍ୟାକ୍ସ ଦେବାକୁ ପଡିବ । ସେହିପରି କମ ଦୂରତା ଲାଗି ୧୦ ପ୍ରତିଶତ ପର୍ଯ୍ୟନ୍ତ ଅଧିକ ଶୁକ୍ଳ ଦେବାକୁ ପଡିବ । ଏନ ଏଚ ଏଚ ଆଇ ଏକ୍ସପ୍ରେସ ୱେଏରେ ଟୋଲ ଶୁକ୍ଳ ବୃଦ୍ଧି ନେଇ ପୁର୍ବରୁ ଜାରି ହୋଇଥିଲା ନିର୍ଦ୍ଦେଶନାମା । ତେବେ ସେହି ନିର୍ଦ୍ଦେଶନାମା ଅନୁସାରେ ଆଜି ବର୍ଦ୍ଧିତ ଶୁକ୍ଳ ଲାଗୁ ହୋଇଛି ।
ତେବେ କରୋନା କବଳରେ ସାରା ଦେଶ ଘାଟିଂ ଚକଟି ହୋଇ ସଳଖି ଛିଡା ହେବାକୁ ଚେଷ୍ଠା କରୁଥିବା ବେଳେ ଏନ ଏଚ ଏଚ ଆଇ ର ଏଭଳି ନୁଆ ନିୟମ ସିଧାସଳଖ ସାଧାରଣ ଜନତା ଙ୍କ ପକେଟ ଉପରେ ପଡିବ ବୋଲି କହିଛନ୍ତି ସାଧାରଣ ଲୋକେ ? କାରଣ ଟ୍ୟାକ୍ସ ବଢିଲେ ସିଧାସଳଖ ଭାବେ ବଜାର ର ଦରଦାମ ଉପରେ ପ୍ରଭାବ ପକାଇବ ଆଉ ବର୍ଦ୍ଧିତ ଦର ରେ ସାମଗ୍ରୀ କିଣିବେ ସାଧାରଣ ଜନତା । କେବଳ ସେତିକି ନୁହେଁ ଆଜିର ମଧ୍ୟବିତ ପରିବାର ମାନେ ନିଜର ଯାତାୟତ ପାଇଁ ସାଧାରଣତଃ ଚାରିଚକିଆ ଯାନ ଉପରେ ନିର୍ଭର କରିଲେଣି ତେଣୁ ଏହି ଶୁକ୍ଳ ସେମାନଙ୍କ ଯାତାୟତ ଉପରେ ବି କମ ପ୍ରଭାବ ପକାଇବନି ।
ତେବେ ନିୟମ କୁ ନେଇ ଲୋକ ମାନଙ୍କ ଭିତରେ ଅସନ୍ତୋଷ ବଢିଛି । ଏଭଳି ନିୟମ କୁ ସ୍ଥଗିତ କରିବାକୁ ସାଧାରଣରେ ଦାବି ହେଉଥିବା ବେଳେ ଏ ନେଇ ସରକାର କଣ ପଦକ୍ଷପ ନେଉଛନ୍ତି ତାକୁ ହିଁ ଅପେକ୍ଷା