ଏନ୍ଏନ୍ଏସ ଓଡିଆ, ଭୁବନେଶ୍ୱର: କିଛିଦିନ ହେବ ରାଜ୍ୟରେ ଦରଦାମ ବୃଦ୍ଧିକୁ ନେଇ ଚିନ୍ତାରେ ଥିଲେ ଖାଉଟି । ଆଜି ପରିବା ବଜାରରେ ମହଙ୍ଗା ମାଡରୁ ଗ୍ରାହକଙ୍କୁ ମିଳିଛି ଆଶ୍ୱସ୍ତି । ଆଜି ବଜାରରେ କମିଛି ପରିବାର ଦର । ବଜାରରେ କମିଛି ପରିବାର ଦର । କଟକ ଛତ୍ରବଜାରରେ କଖାରୁ କେଜି ୨୦ ଟଙ୍କା, ଭେଣ୍ଡି କେଜି ୪୦, ଭଣ୍ଡା ୩୦, ଗାଜର ୪୦, ବାଇଗଣ ୩୦ରୁ ୪୦ ଟଙ୍କା କୁନ୍ଦୁରି ୨୦ ଟଙ୍କା, କୋଶଳା ବିଡ଼ାକୁ ୧୦ ଟଙ୍କା, ଝୁଡ଼ଙ୍ଗ ୪୦ଟଙ୍କା, କଲରା ୪୦ରୁ ୫୦ଟଙ୍କା, କାଙ୍କଡ ୩୦, ସାରୁ ୫୦, ବନ୍ଧା କୋବି ୩୦ ଟଙ୍କା ରହିଛି । ଏହି ପରିବାର ମୂଲ୍ୟ ଦିନେ ତଳେ ୮୦ ଟଙ୍କା ଉପରେ ଥିବା ବେଳେ ଏବେ କମିଛି ପରିବା ଦର । ହେଲେ ଏବେବି ବିଲାତି, ଅଦା, କଂଚାଲଙ୍କା ଦର ଅପରିବର୍ତିତ ରହିଛି । ଟମାଟୋ ୧୪୦ ଟଙ୍କା, ଅଦା ୨୪୦ ଟଙ୍କା ରହିଛି ।
କେବଳ ପରିବା ଦର ନୁହେଁ, ଅତିଆବଶ୍ୟକ ଜିନିଷ ଯେପରି ଚାଉଳ, ଡାଲି ଜାତୀୟ ଖାଦ୍ୟ ଓ ମସଲା ଜାତୀୟ ଜିନିଷ ଯାହା ମଧ୍ୟବିତ୍ତ ଓ ଗରିବଙ୍କ ବଜେଟ ଭିତରେ ନଥିବା ଭଳି ଲାଗୁଛି । ଏହି ଦରଦାମ କେବଳ, ଖାଉଟିଙ୍କ ଉପରେ ମାଡ ହୋଇନାହିଁ ଚାଷୀଙ୍କ ମୁଣ୍ଡବିନ୍ଧାର କାରଣ ମଧ୍ୟ ପାଲଟିଛି ।