ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୦୭ .୦୨):
ସାମଗ୍ରୀ: ଛତୁ,ଆଳୁ ,ଅଦା, ପିଆଜ, ରସୁଣ ଛେଚା, କଟା କଞ୍ଚାଲଙ୍କା, କଟା ଧନିଆ ପତ୍ର, କର୍ଣ୍ଣଫ୍ଲୋର ପାଉଡର, ବେସନ, ଲଙ୍କା ଗୁଣ୍ଡ, ସୋୟା ସସ୍ ,ଟମାଟୋ ସସ୍ , ଚିଲ୍ଲି ସସ୍, ଭିନେଗାର,ଚାଇନା ସଲ୍ଚ, ବ୍ରେଡ୍ କ୍ରମ୍ବ,ଲୁଣ ଓ ରିଫାଇନ୍ ତେଲ ।
ପ୍ରସ୍ତୁତି : ପ୍ରଥମେ ଛତୁକୁ ଭଲଭାବେ ଧୋଇ ଛୋଟ ଛୋଟ କରି କାଟି ଦିଅନ୍ତୁ। ଏହାପରେ ୨ଟି ଆଳୁକୁ ପ୍ରେସର କୁକରରେ ସିଝାଇ ଏକ ପାତ୍ରରେ ରଖନ୍ତୁ। ଛତୁରେ ପିଆଜ,ରସୁଣ,ଅଦା ଛେଚାର ମିଶ୍ରଣକୁ ପକାଇ ଗୋଳାଇ ଦିଅନ୍ତୁ। ଏହାପରେ ସେଥିରେ କର୍ଣ୍ଣଫ୍ଲୋର,ଅଳ୍ପ ବେସନ,ଚାଇନିଜ୍ ସଲ୍ଟ,ସୋୟା ସସ୍,ଟମାଟୋ ସସ୍,ଚିଲ୍ଲି ସସ୍, ଲଙ୍କା ଗୁଣ୍ଡ,ଅଳ୍ପ ଲୁଣ, ଭିନେଗାର ଓ ଅଳ୍ପ ପାଣି ପକାଇ ଗୋଳାଇ ଦିଅନ୍ତୁ। ଏହି ମିଶ୍ରଣକୁ ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ଘୋଡେଇ ରଖି ଦିଅନ୍ତୁ। ମନେରଖନ୍ତୁ ମିଶ୍ରଣଟି ବହଳିଆ ଓ ଶୁଖିଲା ରହିବ।