ଏପଟେ କରୋନା ସେପଟେ ୟସ୍, ଯୋଗ୍ୟ ହିତାଧିକାରୀ ହୋଇମଧ୍ୟ ଆଶାରେ ଅଛନ୍ତି ଆବାସଯୋଜନା ଯୋଗ୍ୟହିତାଧିକାରୀ, ଏଭଳି ଅଭିଯୋଗ ଆସୁଛି ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ବଦାଳୋ ଗ୍ରାମପଞ୍ଚାୟତ
ହାଣ୍ଡିଫୁଟା ଗ୍ରାମର ମଲ୍ଲୀ ବେହେରା ଙ୍କ ମୁଖରୁ ,, ଆଜିକୁ ତିନି ବର୍ଷ ହେବ ପଞ୍ଚାୟତ କାର୍ଯ୍ୟଳୟ କୁ ଦୌଡି ଦୌଡି ନୟାନ୍ତ ହୋଇ ଗଲା ପରେ ମଧ୍ୟ, ଵଦାଳୋ ଗ୍ରାମପଞ୍ଚାୟତ ସରପଞ୍ଚ କୁହନ୍ତି ତୁମ ନାମ ଲିଷ୍ଟ ରେ ଅଛି ସବୁ ମିଳିଯିବl କିନ୍ତୁ ତାହା କେବଳ ପ୍ରତିଶୃତି ରେ ରହିଯାଇଛି, ମଲ୍ଲୀ ବେହାର ଙ୍କ ସୂଚନା ଅନୁସାରେ ଗତ ତିନି ବର୍ଷ ପୂର୍ବରୁ ସେ ଆବାସ ଯୋଜନା ଟିଏ ପାଈଁ ବାରମ୍ବାର ପଞ୍ଚାୟତ ଅଭିମୁଖେ ଯାଇ ଜଣାଇ ଥିଲେ ମଧ୍ୟ ତାହାର କୌଣସି ଫଳପ୍ରଦ ହେଉନାହିଁ, ତାଙ୍କ କହିବା ମୁତାବକ ସରକାରୀ ବାବୁ ମାନେ ସର୍ଭେ ରେ ଆସନ୍ତି ହିତାଧିକାରୀ ଙ୍କ ସ୍ଥିତି ମଧ୍ୟ ଅନୁଧ୍ୟାନ କରନ୍ତି ହେଲେ ତାହା ଆଶାରେ ରହିଯାଏ ଜଣେ ହିତାଧିକାରୀ ପାଈଁ l ଆଜି ଏପଟେ କରୋନା ଭଳି ଏକ ମଣିଷ ଖିଆ ମହାମାରୀ ର ପ୍ରଭାବ ରେ ସାରା ଭାରତ ବର୍ଷ କ୍ଲାନ୍ତ ହୋଇ ସଂଘର୍ଷ କରୁଥିବା ସମୟରେ ଗ୍ରାମାଞ୍ଚଳ ଯୋଗ୍ୟହିତାଧିକାରୀ ଟିଏ ନିଜର ହକ୍ ଓ ମୌଳକ ଅଧିକାର ପାଈଁ ସରକାର ଙ୍କ ନିକଟରେ ଯେତେବେଳେ ପକ୍କା ଘରେ ନିଜର ମୁଣ୍ଡ ଗୁଞ୍ଜିବା ପାଈଁ ନିବେଦନ କରୁଥାଏ ସେତେବେଳେ ୟସ ଭଳି ବାତ୍ୟା ର ପ୍ରଭାବ ବୋଝ ଉପରେ ନଳିତା ବିଡା ସଦୃଶ ପଡିଲେ ମଧ୍ୟ ଆଜି ସ୍ଥାନୀୟ ପ୍ରଶାସନ ଓ ଜନପ୍ରତିନିଧି ମାନେ ସବୁ ଜାଣି ସୁଣି ମଧ୍ୟ ଚୁପ ହୋଇ ରହି ଯାଇଛନ୍ତି, ଓ ଲିଷ୍ଟ ରେ ଅଛି ମିଳିଯିବ କହି ଆଶାରେ ରଖନ୍ତି ବର୍ଷ ବର୍ଷ ଯାଏଁ ଏ ବିଷୟରେ ଆମ ପ୍ରତିନିଧି ଯେତେବେଳେ ଓଡ଼lପଡ଼ା ବ୍ଲକ ର ବିଡ଼ିଓ ଦାସରଥି ଜେନାଙ୍କ ଠାରୁ ଏ ବିଷୟରେ ପ୍ରତିକ୍ରିୟା ନିଅନ୍ତି ସେ କୁହନ୍ତି, ଯଦି ଏବେକାର ଇନକ୍ଲୁଜନ ରେ ତାଙ୍କ ନାମ ଆବାସ ଯୋଜନା ଲିଷ୍ଟ ରେ ଥାଏ ତାହେଲେ ମୁଁ ନିଜେ ହିତାଧିକାରୀ ଙ୍କ ଘରେ ପହଂଚି ତାଙ୍କୁ ଏଇ କୋଡିଏ ଦିନ ଭିତରେ ଆବାସ ଯୋଜନା ଖଣ୍ଡେ ଯୋଗାଇ ଦେବି, ଆଉ ଯଦି ନଥାଏ ପରବର୍ତୀ ସମୟରେ ଯାହା ଆମର ଗାଇଡିଲାଇନି ଅଛି ସେହି ପ୍ରସେସିଂ ହିସାବରେ ତାଙ୍କୁ ଆବାସ ଯୋଜନାଟିଏ ମିଳିବ l ଏଠି ପ୍ରଶ୍ନ ଉଠୁଛି ଯେ ସରକାର ଗରିବ ହିତାଧିକାରୀ ମାନଙ୍କ ପାଈଁ ଏତେ ସବୁ ଆବାସ ଯୋଜନା ର ବ୍ୟବସ୍ଥା କଲେ ମଧ୍ୟ ତଳ ସ୍ତର ର ଜନପ୍ରତିନିଧି ମାନଙ୍କ ପାଈଁ ଆଜି ଆବାସ ଯୋଜନା କେବଳ କାଗଜ କଲମ ର କଳରେ ସ୍ଥାୟୀ ହୋଇ ରହିଯାଇଛି ବର୍ଷ -ବର୍ଷ ପାଈଁ !!
ଢେଙ୍କାନାଳ ଓଡ଼lପଡ଼ା ରୁ ଗୋପବନ୍ଧୁ ବାରିକ ଙ୍କ ରିପୋଟ NNS ଓଡ଼ିଆ