ରାୟଗଡ଼ା ବ୍ଲକ ଚାନ୍ଦିଲି ଗାଁ ନିକଟ ନାଗାବଳୀ ନଦୀ ଗର୍ଭରେ ବାଲିବସ୍ତା ଦ୍ବାରା ଆଡିବନ୍ଧ ନିର୍ମାଣ କରିଛି କାଗଜକଳ। ନଈରେ ଗାଧେଇବା ବେଳେ ଏହି ଖାଇରେ ବୁଡ଼ିଯାଇ ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସାନଚାନ୍ଦିଲି ଗ୍ରାମର ଅନୁସ୍କା ଅବଦୁଲ ଏବଂ ହେମାଦେଇ ସୁନା । ତେବେ କାଗଜକଳର ଶୋଷ ମେଣ୍ଟାଇବାକୁ ବଡବଡ ବାଲିବସ୍ତା ପକାଇ ନଦୀଗର୍ଭକୁ ବାନ୍ଧି ରଖିଥିବା ବେଳେ କୈଣସି ସୁରକ୍ଷା ବ୍ୟବସ୍ଥା ନାହିଁ କି ଲୋକଙ୍କ ବ୍ୟବହାର ପାଇଁ କାରଖାନାର ନିଘା ନାହିଁ । ନଦୀଗର୍ଭକୁ କ୍ଷତବିକ୍ଷତ କରି ଛାଡିଦେଇଥିବା ବେଳେ ସୁଦ୍ଧିକ୍ରୀୟା ପାଇଁ ସାନ ଚାନ୍ଦିଲି ଗ୍ରାମବାସୀ ନଦୀ ଗାଧେଇବା ବେଳେ ଖାଇର ଭଉଁରେ ଫସିଯାଇଥିଲେ ଦୁଇ ଶିଶୁ । ଆଉ ଉଦ୍ଧାର କରୁକରୁ ଚାଲିଗଲା ଦୁଇ ଶିଶୁଙ୍କ ଜୀବନ ।
କାରଖାନାର ସ୍ୱାର୍ଥ ହାସଲ ପାଇଁ ନାଗାବଳୀ ନଦୀର ପାଣିକୁ ବାନ୍ଧି ରଖିଛି କାରଖାନା । ବଡବଡ ବ୍ୟାଗରେ ବାଲି ପୁରାଇ ଏମୁଣ୍ଡରୁ ସେମୁଣ୍ଡ ପର୍କ୍ଷନ୍ତ ବାନ୍ଧି ଶୋଷି ନେଉଛି ଲକ୍ଷଲକ୍ଷ କ୍ୟୁସେକ ଜଳ ଟାଣିନେଇ ଲାଭବାନ ହେଉଛି ସତ କିନ୍ତୁ ସାଧାରଣ ଜନତାଙ୍କୁ ବିପଦ ମୁହକୁ ଠେଲି ଦେଉଛି । ଯାହାର ପରିଣାମ ଭୋଗିବାକୁ ପଡିଛି ନଦୀ କୂଳରେ ବସ୍ତି ସାନ ଚାନ୍ଦିଲିରେ ରହୁଥିବା ଲୋକମାନଙ୍କୁ । ସାନଚାନ୍ଦିଲି ବସ୍ତିକୁ ଲାଗି ବୋହିଯାଉଛି ନାଗାବଳୀ ନଦୀ । ଆଉ ଏହି ନଦୀଗର୍ଭରେ ଜେକେ କାଗଜକଳ ବଡବଡ ଜରି ବସ୍ତାରେ ବାଲି ଭର୍ତ୍ତିକରି ନାଗାବଳୀ ନଦୀର ପାଣିକୁ ବାନ୍ଧି ରଖିଛି । ଉଚ୍ଚ କ୍ଷମତା ସମ୍ପନ୍ନ ମଟର ଲଗାଇ ପାଣିକୁ ଟାଣି ନେଉଛି । ଏହି ପ୍ରକ୍ରୀୟା ଏବେକାର ନୁହେଁ । ବର୍ଷବର୍ଷ ଧରି କରି ଚାଲିଥିବା ବେଳେ ଗତକାଲି ସାନଚାନ୍ଦିଲି ଗ୍ରାମର କିଛି ମହିଳା ଓ ପୁରୁଷ ସୁଦ୍ଧିକ୍ରୀୟା ସକାଶେ ଗାଧୋଇବାକୁ ଯାଇଥିଲେ । ଆଡିବନ୍ଧର ଗୋଟିଏ ପାଶ୍ୱରୁ କିଛି ପାଣି କାରଖାନା କତ୍ତୃପକ୍ଷ ଛାଡିଥିବାରୁ ସେଠାରେ ଏକ ବିରାଟ ଖାଇ ସୃଷ୍ଟି ହୋଇଛି । କିଛି ଜାଣିନଥିବା ସାନଚାନ୍ଦିଲିର ଲୋକେ ଗାଧୋଇବା ବେଳେ ଦୁଇଜଣ ଶିଶୁ ସେହି ଖାଇରେ ଫସିଯାଇଥିଲେ । ଦେଖୁଦେଖୁ ଦୁଇଟି ଶିଶୁ ୫୦ଫୁଟ ଖାଇ ଭିତରକୁ ଚାଲିଯାଇଥିଲେ । ଉପସ୍ଥିତ ଲୋକଙ୍କ ଆପ୍ରାଣ ଚେଷ୍ଟା ଫଳରେ ଜଣେ ଶିଶୁକୁ ଜୀବନ୍ତ ଉଦ୍ଧାର କରାଯାଇଥିଲା ସତ । କିନ୍ତୁ ଚିକିତ୍ସାଳୟକୁ ନେଉନେଉ ତାର ମୃତ୍ୟୁ ହୋଇଯାଇଥିଲା ।
ଖାଇ ଭିତରକୁ ଯିବାପାଇଁ ଦମକଳ ବାହିନୀର ଜବାନ ମାନେ ଭୟ କରିଥିଲେ । ପରେ ଅକ୍ସିଜେନ ସିଲିଣ୍ଡର ଲଗାଇ ଭିତରକୁ ପଶି ଶିଶୁଟିକୁ ଉଦ୍ଧାର କରିଥିଲେ । ସେତେବେଳକୁ ତାର ଜୀବନ ଚାଲିଯାଇଥିଲା । ପୋଲିସ ମୃତଦେହ ଜବତ କରିଥିବା ବେଳେ ଗ୍ରାମବାସୀ ମାନେ କାରଖାନା କତୃପକ୍ଷ ଆସିଲେ ଏହାର ସମାଧାନ କରି କ୍ଷତିପୂରଣ ଦାବି କରି ନଦୀ କଡରେ ଶବ ରଖି ପୋଲିସ ସହ ଆଲୋଚନା କରିଥିଲେ । ପରେ ଚାନ୍ଦିଲି ଥାନା ଅଧିକାରୀ ପ୍ରସନ୍ନ କୁମାର ଲୋକଙ୍କୁ ବୁଝାସୁଝା କରି ଶବ ବ୍ୟବଚ୍ଛେଦ ପାଇଁ ପଠା ଯାଇଥିଲା । ଏନେଇ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ କହିଛନ୍ତି ଘଟଣାର ତଦନ୍ତ ପାଇଁ ରାୟଗଡା ତହସିଲଦାରଙ୍କୁ ଦିଆଯାଇଛି। କାଗଜକଳକୁ ତାଗିଦ କରାଯିବା ସହ ନଦୀ ଗର୍ଭରେ ଯାହା ଅନ୍ୟମିତତା ହୋଇଛି ତାହା ସଠିକ କରାଯିବ ଏବଂ ଏହି ଅଘଟଣରେ ଯେଉଁ ଦୁଇ ଶିଶୁଙ୍କ ଜୀବନ ଯାଇଛି ସେମାନଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ମତ ଦେଇଛନ୍ତି।