ରାଜ୍ୟ ପଞ୍ଚାୟତରାଜ, ଆଇନ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ହଠାତ୍ ଅସୁସ୍ଥ ହୋଇପଡ଼ିଛନ୍ତି । ଫୁଲବାଣୀ ଗସ୍ତରେ ଯାଇଥିବା ସମୟରେ ମନ୍ତ୍ରୀ ଲୋ ବ୍ଲଡ ପ୍ରେସର ଓ ନିଃଶ୍ୱାସ ନେବାରେ ସେ କଷ୍ଟ ଅନୁଭବ କରିଥିଲେ । ତେଣୁ ଫୁଲବାଣୀ ସର୍କିଟ୍ ହାଉସରେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି । ତେବେ ମନ୍ତ୍ରୀଙ୍କୁ ଭୁବନେଶ୍ୱର ଆଣିବା ପାଇଁ ଫୁଲବାଣୀକୁ ଏକ ଏୟାର ଆମ୍ବୁଲାନ୍ସ ମଧ୍ୟ ପଠାଯାଇଛି । ପ୍ରତାପଙ୍କୁ ଫୁଲବାଣୀରୁ ଭୁବନେଶ୍ୱର ଏୟାରଲିଫ୍ଟିଂ କରାଯିବ ବୋଲି ଜଣାପଡ଼ିଛି