କଟକ ,(ଏନଏନଏସ ଓଡ଼ିଆ /୧୪.୦୨): ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସଙ୍କୁ କଟକ ଚୌଦ୍ୱାର କାରାଗାରକୁ ସ୍ଥାନାନ୍ତର କରାଯାଇଛି। ଆଜି ପୂର୍ବାହ୍ନରେ ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ୧୬୪ ବୟାନ ରେକର୍ଡ କରାଯାଇଥିଲା। ବୟାନ ରେକର୍ଡ ପରେ ଅଭିଯୁକ୍ତ ଗୋପାଳକୁ କଡ଼ା ସୁରକ୍ଷା ବଳୟରେ ଝାରସୁଗୁଡା ଉପ-କାରାଗାରକୁ ନିଆଯାଇଥିଲା। ଏହା ପୂର୍ବରୁ ଗୋପାଳର ସୁରକ୍ଷା ଓ ନିରାପତ୍ତା ନେଇ ଜେଲ ବିଭାଗ ଆଶଙ୍କା ବ୍ୟକ୍ତ କରି ଝାରସୁଗୁଡାରୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ପ୍ରସ୍ତାବ ଦେଇଥିଲେ। ଆଜି କୋର୍ଟ ଅନୁମତି ଦେବା ପରେ ଚୌଦ୍ୱାର ଜେଲକୁ ପଠାଯାଉଛି। ଅପରାହ୍ନ ୧ ଟାରେ କଡା ସୁରକ୍ଷା ମଧ୍ୟରେ କଟକ ନିଆଯାଉଛି। ସନ୍ଧ୍ୟା ୭ଟା ସୁଦ୍ଧା ସେଠାରେ ପହଞ୍ଚିବ ବୋଲି ସୂଚନା ମିଳିଛି।