ବର୍ତ୍ତମାନ ର ସରକାର ଦୁର୍ନୀତି ଗ୍ରସ୍ତ ,ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦିଅନ୍ତୁ , ଭାରତୀୟ ଜନତା ପାର୍ଟି ଦୁର୍ନୀତି ସରକାର ,ତେଣୁ ବିଭାଗୀୟ ମନ୍ତ୍ରୀଙ୍କୁ ସିସବିଆଇ ତଦନ୍ତ ଦାବି କରି ନବରଙ୍ଗପୁର ବିଜେଡି ଦଳ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ବିଜେପି ସରକାର କୁ ନିନ୍ଦା କରିଛି । ଏହି ସାମ୍ୱାଦିକ ସମ୍ମିଳନୀରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ,ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝୀ ,ପ୍ରଦୀପ ମାଝୀ ଓ ଦଳର ନେତୃବୃନ୍ଦ ଉପସ୍ଥିତ ରହିଥିଲେ । ଆଦିବାସୀ କଲ୍ୟାଣ ବିଭାଗ ଯେଉଁ ଦୁର୍ନୀତି ହୋଇଛି ଏହାକୁ ବିଜେଡି ଦଳ ପକ୍ଷରୁ ବିରୋଧ କରାଯାଇଛି ।କେତେକ ଘୋରଇ ସଂସ୍ଥାକୁ କୋଟି କୋଟି ଟଙ୍କା ର କାର୍ଯାଦେଶ ଦେଇ ଥିବାରୁ ଏଠାରୁ ହିଁ ଦୁର୍ନୀତି ଥିବା ବିଜେଡି ଦଳ ଦାବି କରିଛି । ଆଦିବାସୀ କଲ୍ୟାଣ ବିଭାଗର ମନ୍ତ୍ରୀ ମଧ୍ୟ ଏହି ଦୁର୍ନୀତିରେ ସାମିଲ ଅଛନ୍ତି ତେଣୁ ସେ ଇସ୍ତଫା ଦିଅନ୍ତୁ ବୋଲି ବିଜେଡି ଦଳ ପକ୍ଷରୁ କୁହାଯାଇଛି ।