ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୨୩.୦୨): ଆଜିକାଲି ର ଖରାପ ଜୀବନଶୈଳୀ ଦ୍ଵାରା ସମସ୍ତେ ଅନେକ ପ୍ରକାର ରୋଗ ଦ୍ଵାରା ପ୍ରଭାବିତ ହେଉଛନ୍ତି । ସେଥି ମଧ୍ୟରୁ ଗୋଟିଏ ବଡ ରୋଗ ହେଲା ମଧୁମେହ । ସେଥି ପାଇଁ ଚିକିତ୍ସକ ମାନଙ୍କ ମତରେ ଆପଣ ଯଦି ଜଣେ ମଧୁମେହ ରୋଗୀ ତେବେ ସନ୍ତୁଳିତ ଭୋଜନ ଗ୍ରହଣ କରିବା ନିହାତି ଆବଶ୍ୟକ । ଯାହାକି ବର୍ଦ୍ଧିତ ମଧୁମେହ କୁ ନିୟନ୍ତ୍ରଣ କରିଥାଏ । ଏହାଛଡା ଅଧିକ ମିଠା ଜିନିଷ ଖାଇବା ଉଚିତ୍ ନୁହେଁ । ମଧୁମେହ କୁ ନିୟନ୍ତ୍ରଣ କରିବା ପାଇଁ ପ୍ରତିଦିନ ୪ଟି ଜିନିଷ କୁ ନିଜ ସକାଳ ଜଳଖିଆ ରେ ସାମିଲ କରନ୍ତୁ ।
– ବଢୁଥିବା ମଧୁମେହ ସମସ୍ୟା କୁ ନିୟନ୍ତ୍ରଣ କରିବା ପାଇଁ ପ୍ରତିଦିନ ସକାଳୁ ଭେଜିଟେବୁଲ ଅମଲେଟ ଖାଇ ପାରିବେ । ବିଶେଷ ଭାବରେ ଆମିଷ ସେବନ କରିବାକୁ ଇଚ୍ଛୁକ ନଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ ଏହା ଗୋଟିଏ ଭଲ ବିକଳ୍ପ । ଏଥିରେ ଆପଣ ବିଭିନ୍ନ ପ୍ରକାରର ପରିବା ଓ ଶାଗ ମିଶାଇ ପ୍ରସ୍ତୁତ କରି ପାରିବେ ।
– ମଧୁମେହ କୁ ନିୟନ୍ତ୍ରଣ ରଖିଥାଏ ମେଥି ।
ଏଥିରେ ଗୁଣକାରୀ ପୋଷାକ ତତ୍ତ୍ଵ ଓ ଡ଼ା ଏ ଟା ରୀ ଫାଇବର ରହିଥାଏ । ଯାହା ରକ୍ତ ଶର୍କରା କୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ତେଣୁ ସକାଳୁ ମେଥି ପରଟା, କିମ୍ବା ମେଥି ଶାଗ ରେ ପ୍ରସ୍ତୁତ ତରକାରୀ ସେବନ କରିବା ଆବଶ୍ୟକ ।
– ରକ୍ତ ଶର୍କରା କୁ ନିୟନ୍ତ୍ରଣ କରିବା ପାଇଁ ସକାଳ ଜଳଖିଆ ରେ ବେସନ ପ୍ୟାନ୍ କେକ୍ ଗୋଟିଏ ଭଲ ବିକଳ୍ପ ଅଟେ । ବେସନ ରେ ଫାଇବର ର ମାତ୍ରା ଖୁବ୍ ଅଧିକ ରହିଥାଏ । ପ୍ରୋଟିନ ସହିତ ବିଭିନ୍ନ ପ୍ରକାରର ଭିଟାମିନ ଓ ମିନେରାଲ ରହିଛି । ଯାହା ଶରୀର କୁ ଶକ୍ତି ଯୋଗାଇ ଥାଏ ।
– ମଧୁମେହ ରୋଗୀ ଙ୍କ ପାଇଁ ମାଣ୍ଡିଆ ଗୋଟିଏ ଭଲ ଖାଦ୍ୟ ଅଟେ । ସକାଳ ଜଳଖିଆ ରେ ମାଣ୍ଡିଆ ରେ ପ୍ରସ୍ତୁତ ଖାଦ୍ୟ ସେବନ କରିବା ଦ୍ୱାରା ରକ୍ତ ଶର୍କରା ନିୟନ୍ତ୍ରିତ ହୋଇଥାଏ । ଏହା ଛଡ଼ା ପାଚନ ତନ୍ତ୍ର ମଧ୍ୟ ଠିକ୍ ରହିଥାଏ । ମାଣ୍ଡିଆ ରେ ଥିବା ଫାଇବର ପେଟ କୁ ସଫା ରଖିବାରେ ସାହାଯ୍ୟ କରିଥାଏ ।