<h3>ଖପ୍ରାଖୋଲ ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ଅଧୀନରେ ଥିବା ଉପାନ୍ତ ଇଲାକାରେ ଶିକ୍ଷାଦାନ କରୁଥିବା ଶିକ୍ଷକ ମାନଙ୍କ ଅବହେଳାକୁ ନେଇ ସବୁବେଳେ ଅଭିଯୋଗ ଉପରେ ଅଭିଯୋଗ ଆସିଥାଏ| କେତେବବେଳେ ଶିକ୍ଷକ ମାସ ମାସ ଧରି ସ୍କୁଲ ଆସୁନାହାନ୍ତି ତ ଆଉ କେତେବେଳେ ପିଲାଙ୍କୁ ଠିକ ଭାବେ ମଧ୍ୟାହ୍ନ ଭୋଜନ ଦିଆଯାଉନାହିଁ ,.., ଆଉ କେତେବେଳେ ସ୍କୁଲ ରେ ମଦ ପିଇ ମାତାଲ ଅବସ୍ଥାରେ ପଡି ରହୁଛନ୍ତି । ଶିକ୍ଷାର ମନ୍ଦିର କୁହାଯାଉଥିବା ବିଦ୍ୟାଳୟ ରେ ଶିକ୍ଷକ ଏବେ ନିଜେ ମର୍ଯ୍ୟାଦା ଭୁଲି ସ୍କୁଲରେ ପିଲା ଙ୍କ ଭବିଷ୍ୟତ କୁ ନଷ୍ଟ କରୁଛନ୍ତି .. ସ୍କୁଲ ରେ ଏହିସବୁ ଚିତ୍ର ଦେଖିଲା ପରେ ଛାତ୍ରଛାତ୍ରୀ ଙ୍କ ଏହା ଉପରେ କି ପ୍ରଭାବ ପଡିବ .. ଆଉ ପିଲାମାନେ ଏଥିରୁ କଣ ଶିଖିବେ । ହଁ ଆଞା ପ୍ରଧାନ ଶିକ୍ଷକ ମାତାଲ ହୋଇ ସ୍କୁଲ ରେ ଶୋଇ ରହିଥିବାର ଦେଖିବାକୁ ମିଳିଛି - ଆଉ ଏପରି ଏକ ସାଂଘାତିକ ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲୁହାସିଂହା ପଂନଚାୟତ ଅନ୍ତର୍ଗତ ଟେଙ୍ଗେରାପଥର ସରକାରୀ ଉଚ୍ଚ ପ୍ରାଥମିକ ଶିକ୍ଷକ ଅଲେଖ ସେଠୀ ଏବଂ ସହକାରୀ ଶିକ୍ଷକ ବଳରାମ ସାହୁଙ୍କ ବିରୋଦ୍ଧ ରେ ।</h3> <h3>ସୂଚନା ଅନୁଯାୟୀ ଗତ ରବିବାର ଦିନ ଟେଙ୍ଗରାପଥର ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ପିଠା ଖୁଆ କାର୍ୟ୍ୟକ୍ରମ ଥିଲା ଉକ୍ତ କାର୍ୟ୍ୟକ୍ରମର ଭୋଜି ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ଭିତରେ ରଖା ଯାଇଥିଲା । ଭୋଜିରେ ବହୁତ ଲୋକଜମା ହୋଇଥିଲେ ଏବଂ ମଦ ମାଂସର ସୁଅ ଛୁଟିଥିବା ସ୍ଥାନୀୟ ଲୋକେ କହିଛନ୍ତି । ଉକ୍ତ ଭୋଜିରେ ମଦ ମାଂସ ଖାଇ ସ୍କୁଲର ପ୍ରଧାନ ଶିକ୍ଷକ ଅଲେଖ ସେଠ୍ ଏବଂ ସହକାରୀ ଶିକ୍ଷକ ବଳରାମ ସାହୁ ଅଫିସ ଭିତରେ ବାନ୍ତି କରି ମାତାଲ ହୋଇ ପଡି ରହିଥିଲେ । ସ୍କୁଲ ର କିଛି ଛାତ୍ର ଏହି ସବୁ ଦେଖି ସ୍କୁଲ କମିଟି ସଭାପତି ସୁରେନ୍ଦ୍ର ବିଶିଙ୍କୁ ଖବର କରିଥିବାବେଳେ ଏହି ସବୁ ଦୃଶ୍ୟକୁ ମୋବାଇଲ ରେ ସୁଟିଂ କରିଥିଲେ । କିନ୍ତୁ ଯେତେବେଳେ ପିଲାମାନଙ୍କୁ ଗଢୁଥିବା ଶିକ୍ଷକ ଅସଭ୍ୟ ହୋଇଯାଆନ୍ତି ସେତେବେଳେ ଏହା ଚିନ୍ତାର ବିଷୟ ପାଲଟିଯାଏ । ତେବେ ଶିକ୍ଷକ ମାନଙ୍କ ଏଭଳି କାର୍ୟ୍ୟକଳାପ କୁ ନେଇ ସାଧାରଣ ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତେବେ ଏଠି ପ୍ରଶ୍ନ ଉଠୁଛି ସ୍କୁଲ ପରିସରରେ ଗ୍ରାମର ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିଗତ ଭୋଜି କରିବା ପାଇଁ ପ୍ରଧାନ ଶିକ୍ଷକ କେମିତି ଅନୁମତି ଦେଲେ ଏବଂ ଶିକ୍ଷା ଭଳି ପବିତ୍ର ମନ୍ଦିରରେ ଶିକ୍ଷକ ମାନଙ୍କ ଏଭଳି କାର୍ୟ୍ୟ କୁ ଜିଲ୍ଲା ଶିକ୍ଷା ବିଭାଗ କିଭଳି ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା</h3>