ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୧୪.୦୨): ହିନ୍ଦୁ ଧର୍ମରେ ଶାସ୍ତ୍ର ଅନୁଯାୟୀ, ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କୁ ସମର୍ପିତ । ଧାର୍ମିକ ମାନ୍ୟତା ଅନୁଯାୟୀ, ମଙ୍ଗଳବାର ଦିନ ବ୍ରତ ଧାରଣ କରି ଶାନ୍ତ ଓ ପବିତ୍ର ମନରେ ହନୁମାନଙ୍କ ପୂଜା କରିବା ଦ୍ୱାରା ପ୍ରଭୁ ପ୍ରସନ୍ନ ହେବା ସହ ସମସ୍ୟା ଦୂର କରିଥାଆନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯେଉଁ ବ୍ୟକ୍ତି ବିଶେଷଙ୍କ ଜାତକରେ ମଙ୍ଗଳଗ୍ରହ ଦୁର୍ବଳ ଥିଲେ, ମଙ୍ଗଳ ଦୋଷ ରହିଥିଲେ, ସେମାନେ କିଛି ସ୍ୱତନ୍ତ୍ର ଉପାୟ କରିବା ଦ୍ୱାରା ବିଶେଷ ଫଳ ମିଳିଥାଏ । ଜାଣନ୍ତୁ..
ଗହମ ଦାନ .. ମଙ୍ଗଳ ଦୋଷରୁ ମୁକ୍ତି ପାଇବା ପାଇଁ ମଙ୍ଗଳବାର ଦିନ ଅସହାୟଙ୍କୁ ଗହମ ଦାନ ଦିଅନ୍ତୁ । ଏହାଦ୍ୱାରା ଶୁଭଫଳ ମିଳିଥାଏ । ଏହାସହ ଗହମରେ ପ୍ରସ୍ତୁତ ରୁଟି ମଧ୍ୟ ଦାନ କରିପାରିବେ ।
ଜାତକରେ ମଙ୍ଗଳଙ୍କ ସ୍ଥିତି ଦୁର୍ବଳ ଥିଲେ, ମଙ୍ଗଳବାର ଦିନ ଗୁଡ ନିଶ୍ଚୟ ଦାନ କରନ୍ତୁ । ଏହାଦ୍ୱାରା ମଙ୍ଗଳଗ୍ରହ ମଜଭୂତ ହେବା ସହ ଭାଗ୍ୟରେ ମଧ୍ୟ ସୁପରିବର୍ତ୍ତନ ହୋଇଥାଏ ।
ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କ ମନ୍ଦିର ଯାଇ ସେଠାରେ ଦିଆସିଲି ଦାନ କରନ୍ତୁ । ଏହାଦ୍ୱାରା ମଧ୍ୟ ଶୁଭଫଳ ମିଳିଥାଏ ।
ମଙ୍ଗଳଙ୍କ ସ୍ଥିତି ମଜଭୂତ ପାଇଁ ମଙ୍ଗଳବାର ଦିନ ତମ୍ବାର ଦାନ କରନ୍ତୁ । ଏହା ଖୁବ ଶୁଭଫଳ ପ୍ରଦାନ କରିଥାଏ । ତମ୍ବାର ଦାନ କରିବା ଦ୍ୱାରା ମଙ୍ଗଳ ଦୋଷରୁ ମୁକ୍ତି ମିଳିଥାଏ ।
ନିଜ ସାମର୍ଥ୍ୟ ଅନୁଯାୟୀ, ମଙ୍ଗଳବାର ଦିନ ବ୍ୟକ୍ତିଙ୍କୁ କାର୍ୟ୍ୟରେ ଥିବା ସମସ୍ୟା ଦୂର ପାଇଁ ଓ ସଫଳତା ପାଇଁ ସୁନାର ଦାନ କରନ୍ତୁ । ଏହାସହ ପ୍ରଭୁ ହନୁମାନଙ୍କ କୃପା ପ୍ରାପ୍ତି ହେବା ସହ ମଙ୍ଗଳଦୋଷରୁ ମୁକ୍ତି ମିଳିଥାଏ ।