ସାଉଦ ଆରବ ସ୍ଥିତ ମକ୍କାରେ ଦିନକୁ ଦିନ ବୃଦ୍ଧି ପାଉଛି ମୃତକଙ୍କ ସଂଖ୍ୟା । ବର୍ତ୍ତମାନ ପର୍ଯ୍ୟନ୍ତ ସାଉଦ ଆରବସ୍ଥିତ ମକ୍କାରେ ହଜ୍ ସମୟରେ ଅତି କମରେ ୧୩୦୦ ଜଣଙ୍କ ଜୀବନ ଗଲାଣି। ସାଉଦି ଆରବରେ ଚଳିତବର୍ଷର ହଜ୍ ତୀର୍ଥଯାତ୍ରା ସମୟରେ ୧,୩୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ମରୁଭୂମି ରାଜ୍ୟରେ ଇସଲାମୀୟ ପବିତ୍ର ସ୍ଥାନରେ ଅଧିକାଂଶ ଶ୍ରଦ୍ଧାଳୁମାନେ ଅତ୍ୟଧିକ ତାପମାତ୍ରାର ସମ୍ମୁଖୀନ ହୋଇଥିଲେ ବୋଲି ସାଉଦି କର୍ତ୍ତୃପକ୍ଷ ରବିବାର ଦିନ ଘୋଷଣା କରିଛନ୍ତି। ସାଉଦି ସ୍ୱାସ୍ଥ୍ୟମନ୍ତ୍ରୀ ଫାହଦ୍ ବିନ୍ ଅବଦୁରହମାନ ଅଲ-ଜାଲାଜେଲ କହିଛନ୍ତି ଯେ ୧,୩୦୧ ମୃତ୍ୟୁହାର ମଧ୍ୟରୁ ୮୩% ଅନଧିକୃତ ତୀର୍ଥଯାତ୍ରୀ ରହିଛନ୍ତି, ଯେଉଁମାନେ କି ପବିତ୍ର ମକ୍କା ସହରରେ ଏବଂ ଆଖପାଖରେ ହଜ୍ ରୀତିନୀତି ପାଳନ କରିବା ବେଳେ ଉତ୍ତାପରେ ପ୍ରାଣ ହରାଇଛନ୍ତି। କେତେକଙ୍କର ପ୍ରାକୃତିକ କାରଣରୁ ମୃତ୍ୟୁ ଘଟିଛି। କାରଣ ସେମାନଙ୍କ ମଧ୍ୟରେ କିଛି ବୃଦ୍ଧ ମଧ୍ୟ ଥିଲେ। ଆଉ କେତେକ ପାଣିପାଗ ପରିସ୍ଥିତି କାରଣରୁ ମୃତ୍ୟୁ ବରଣ କରିଛନ୍ତି ବୋଲି ଅନୁମାନ କରାଯାଉଛି। ଅନେକ ଭାରତୀୟ ମଧ୍ୟ ନିଖୋଜ ଥିବା ଜଣାଯାଇଛି। ଚଳିତବର୍ଷ ମେକାରେ ପୃଥିବୀର କୋଣଅନୁକୋଣରୁ ପ୍ରାୟ ୧.୮ ମିଲିୟନ୍ ଲୋକ ଯୋଗ ଦେଇଥିଲେ। ଚଳିତବର୍ଷ ମକାରେ ତାପପାତ୍ରା ପାଖାପାଖି ୫୨ ଡିଗ୍ରି ହୋଇଥିବା ବେଳେ ଅନେକ ଜୀବନ ଅକ୍ଳେଶରେ ଚାଲିଯାଇଛି। ହଜ୍ ଇସଲାମର ପାଞ୍ଚଟି ସ୍ତମ୍ଭ ମଧ୍ୟରୁ ଗୋଟିଏ ଏବଂ ସମସ୍ତ ମୁସଲମାନ ଏହାକୁ ଅନ୍ତତଃପକ୍ଷେ ଥରେ ସମ୍ପୂର୍ଣ୍ଣ କରିଥାନ୍ତି। ଗତ ମାସରେ ପ୍ରକାଶିତ ଏକ ସାଉଦି ଅଧ୍ୟୟନ ଅନୁଯାୟୀ, ତୀର୍ଥଯାତ୍ରା ଜଳବାୟୁ ପରିବର୍ତ୍ତନ ଦ୍ୱାରା ଅଧିକ ପ୍ରଭାବିତ ହୋଇଛି।