ନୂଆଦିଲ୍ଲୀ: ବଢ଼ିଲା ଚାଷୀଙ୍କ ଭୟ। ଅନ୍ନଦାତାଙ୍କୁ ଘାରିଲା ପୁଲିସ ଆକ୍ସନର ଭୟ। ସୀମରେ ରାତିସାରା ରହିଲେ ଉଜାଗର। ନୂଆ କୃଷି ଆଇନକୁ ବିରୋଧ କରି ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି। ଏହାରି ଭିତରେ ଦିଲ୍ଲୀରେ ହିଂସା ପରେ ପୁଲିସ କାର୍ୟ୍ୟାନୁଷ୍ଠାନକୁ ନେଇ ଭୟଭିତ ହୋଇଯାଇଛନ୍ତି ଚାଷୀ। ବୁଧବର ରାତିରେ ଆନ୍ଦୋଳନକାରୀ ଚାଷୀମାନେ ପୁଲିସକୁ ଡରି କୌଣସି ଶୋଇନାହାନ୍ତି। ଚାଷୀ ନେତା ରାକେଶ ଟିକୈତ କହିଛନ୍ତି, ପ୍ରଶାସନ ଆନ୍ଦୋଳନ ପରିବେଶକୁ ବିଗାଡି ଦେଇଛି। ପୁଲିସ ରାତିରେ ଆନ୍ଦୋଳନ ସ୍ଥଳର ବୁଦ୍ୟୁତ କାଟି ଦେଇଛି। ଗାଜିପୁରରେ ଆନ୍ଦୋଳନରତ କୃଷକମାନେ ବିଦ୍ୟୁତକାଟ ହେବା ପରେ କେଉଁଆଡେ ଗାଏବ ହୋଇଯାଇଛନ୍ତି। ଏପରିକି ଚାଷୀଙ୍କ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ପୁଲିସ ଚେଷ୍ଟା କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ଏହାସହ ଶତାଧିକ ଚାଷୀଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ସେ ଆହୁରି କହିଛନ୍ତି, ଅଗକୁ ଆନ୍ଦୋଳନ ଜାରି ରହିବ। ଲାଲକିଲ୍ଲାରେ ଯାହା ହୋଇଛି ଓ ଏହା ପଛରେ ଯିଏ ଦାୟୀ ତା ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବା ଦରକାର। ଟ୍ରାକ୍ଟର ରାଲିରେ ଯେଉଁମାନେ ହିଂସା କାଣ୍ଡ ଘଟାଇଛନ୍ତି, ଆମେ ତାଙ୍କୁ ସମର୍ଥନ କରୁନୁ। ପୁଲିସର ତଦନ୍ତରେ ସେ ସମ୍ପୂର୍ଣ୍ଣ ସହଯୋଗ କରିବେ। ଯେତେବେଳେ ବି ପଚରାଉଚରା ପାଇଁ ଡକାଯିବ ସେତେବେଳେ ସେ ଯିବେ ବୋଲି କହିଛନ୍ତି।