ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୦୬ .୦୨): ଅନେକ ଲୋକ ଶାଗ ଖାଇବାକୁ ଭଲ ପାଆନ୍ତି ନାହିଁ . କିନ୍ତୁ ଆପଣ ଜାଣିଛନ୍ତି କି ସଜନା ଏପରି ଏକ ଶାଗ, ଯାହା ଆପଣଙ୍କୁ କିଛି ଘାତକ ତଥା ଭୟଙ୍କର ରୋଗରୁ ଦୂରେଇ ରଖିବ । ଯଦି ଆପଣ ସଜନା ଶାଗ ଖାଆନ୍ତି ନାହିଁ, ତେବେ ଆଜି ହିଁ ଆପଣ ଏହାକୁ ଆପଣଙ୍କର ଡାଏଟରେ ସାମିଲ କରନ୍ତୁ ଜ୍ଝ ତେବେ ଆୟୁର୍ବେଦିକ ଔଷଧ ତିଆରି କରିବା ପାଇଁ ସଜନା ପତ୍ର ହଜାର ହଜାର ବର୍ଷ ଧରି ବ୍ୟବହୃତ ହୋଇଆସୁଛି ଜ୍ଝ ଏଥିରେ ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ଥାଏ, ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ଜ୍ଝ ତେବେ କେଉଁ ରୋଗ ପାଇଁ ସଜନା ପତ୍ର ରାମବାଣ ସଦୃଶ ଆସନ୍ତୁ ଜାଣିବା ..
ମଧୁମେହ ରୋଗୀଙ୍କ ପାଇଁ ସଜନା ପତ୍ର ବହୁତ ଉପଯୋଗୀ . ବାସ୍ତବରେ ସଜନା ପତ୍ରରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଥାଏ ଜ୍ଝ ଯାହା ରକ୍ତ ଶର୍କରାକୁ ନିୟନ୍ତ୍ରଣରେ ରଖିଥାଏ . ତେଣୁ ମଧୁମେହ ରୋଗୀ ତାଙ୍କ ଡାଏଟରେ ସଜନା ପତ୍ର ସାମିଲ କରିବା ନିହାତି ଜରୁରୀ.
ସଜନା ପତ୍ର ଆପଣଙ୍କ ଶରୀରରେ ଖରାପ କୋଲେଷ୍ଟ୍ରଲ୍ ତିଆରି କରେ ନାହିଁ . ଏହି ପତ୍ରରେ ଓମେଗା -୩ ଫ୍ୟାଟି ଏସିଡ୍ ଭରପୁର ମାତ୍ରାରେ ଥାଏ . ଯାହା କୋଲେଷ୍ଟ୍ରଲ୍ ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରେ . ଏହା ହୃଦୟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ -ସଜନା ପତ୍ରରେ ଅଧିକ ପରିମାଣର ପୋଟାସିୟମ୍ ରହିଛି – ଯାହା ରକ୍ତଚାପ ନିୟନ୍ତ୍ରଣରେ ରଖିବାରେ ମଧ୍ୟ ସାହାଯ୍ୟ କରେ . ତେଣୁ ଯେଉଁମାନଙ୍କର ବିପି ଅଧିକ ରହିଥାଏ, ସେମାନେ ନିଶ୍ଚିତ ଭାବରେ ସଜନା ପତ୍ର ଖାଇବା ଉଚିତ . ସେହିଭଳି ସଜନା ପତ୍ର ଦ୍ୱାରା କର୍କଟ ରୋଗ ହେବାର ଆଶଙ୍କା ମଧ୍ୟ କମ ହୋଇଥାଏ .
ଆପଣଙ୍କୁ କହିରଖୁ ଯେ, ସଜନା ପତ୍ରରେ ଅନେକ ପ୍ରକାରର ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍ ସି, ଜିଙ୍କ ଏବଂ ଅନ୍ୟାନ୍ୟ ସକ୍ରିୟ ଉପାଦାନ ମିଳିଥାଏ, ଯାହା କର୍କଟ କୋଷ ଏବଂ ମୁକ୍ତ ରେଡିକାଲର ପ୍ରଭାବକୁ ହ୍ରାସ କରିବାରେ ସହାୟକ ହୋଇଥାଏ . ଏହା ସହିତ, ସଜନା ପତ୍ର ମଧ୍ୟ ରକ୍ତହୀନତା ରୋଗୀଙ୍କ ପାଇଁ ବହୁତ ଉପକାରୀ ଜ୍ଝ ଦୃଷ୍ଟିଶକ୍ତି ବୃଦ୍ଧି ପାଇଁ ମଧ୍ୟ ସଜନା ପତ୍ର ବେଶ ଉପଯୋଗୀ .