ଆଜି ବି ଆମ ସମାଜରେ ଭୂତପ୍ରେତକୁ ନେଇ ଅନେକ କଥା ଶୁଣିବାକୁ ମିଳେ । କେହି ଏହାକୁ ମନର ଭ୍ରମ କହିଥାନ୍ତି ତ ପୁଣି କେହି ଭୂତପ୍ରେତ ଉପରେ ବିଶ୍ୱାସ କରିବା ସହ ସତ ବୋଲି ଦାବି କରନ୍ତି । ସେହିପରି ଏମିତି ଏକ ଗାଁ ଆମ ଦେଶରେ ରହିଛି, ଯାହାର ନାଁ ଶୁଣିବା ମାତ୍ରେ ସମସ୍ତେ ସେଠାକୁ ଯିବାକୁ ଭୟ କରନ୍ତି । ଏଥିସହ ସେଇ ଗାଁରେ ରାତି ବିତାଇବାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଲୋକେ କୁହନ୍ତି, ସେଠାରେ ରାତିରେ ଯିଏ ରହିଛି ଆଉ କେବେ ସେଠାରୁ ଫେରିନାହିଁ । ସ୍ଥାନୀୟ ଲୋକମାନେ ଦିନରେ ମଧ୍ୟ ସେଠାରେ ଯିବାକୁ ଭୟ କରନ୍ତି । ତେବେ ଆସନ୍ତୁ ଜାଣିବା ସେହି ଅଦ୍ଭୁତ ରହସ୍ୟମୟୀ ଗାଁ ବିଷୟରେ । ରାଜସ୍ଥାନର ଜୈସଲମେର ଜିଲ୍ଲାରେ ରହିଛି ଏହି ଭୂତୀୟା ଗାଁ । ଯାହାର ନାଁ ହେଉଛି କୁଲଧରା । ଏହା ଜୈସଲମେରଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ରହିଛି । କୁହାଯାଏ ଯେ ଏହି ଗାଁଟି ଏକ ଅଭିଶପ୍ତ ଗାଁ । ଯେଉଁଠାରେ ଭୂତମାନେ ବାସ କରନ୍ତି । ଏହି ଗାଁକୁ ଯିବା ପାଇଁ ଆଖପାଖର ଲୋକମାନେ ମଧ୍ୟ ଭୟ କରନ୍ତି । ପ୍ରାୟ ୩୦୦ ବର୍ଷ ପୂର୍ବେ ଏହି ଗାଁ ପୂରା ଖାଲି ହୋଇଯାଇଥିଲା । ସେବେଠାରୁ ଏହି ଗାଁକୁ ଭୂତିଆ ଗାଁ ବୋଲି କୁହାଯାଉଛି । ଏହି ଗାଁରେ ବହୁତ ପୁରୁଣା ଘର ରହିଛି ଯାହାକି ଏବେ ମାଟିରେ ମିଶିବାକୁ ବସିଲାଣି ।
୩୦୦ ବର୍ଷ ପୂର୍ବେ ପଲିୱାଲ ବ୍ରାହ୍ମଣମାନେ ଏହି ଗାଁରେ ବସବାସ କରୁଥିଲେ । ଏହି ବ୍ରାହ୍ମଣ ଗୋଷ୍ଠୀ ପଲୀ ଗାଁ ନିବାସୀ ଥିଲେ । ଏକାଦଶ ଶତାଦ୍ଦୀରେ ସେମାନେ ପଲୀରୁ ବିସ୍ଥାପିତ ହୋଇ ରାଜସ୍ଥାନର ବିଭିନ୍ନ ସ୍ଥାନ ଯଥା ଯୋଧପୁର, ଜୈସଲମେ, ବିକାନେର୍ ଆଦି ବିଭିନ୍ନ ସ୍ଥାନରେ ଆସି ରହିବାକୁ ଲାଗିଲେ । ସେ ସମୟରେ କୁଲଧରା ବହୁତ ସମୃଦ୍ଧ ଗାଁ ଥିଲା । ଏଠାରେ ସବୁ ପ୍ରକାର ସୁବିଧା ଉପଲବ୍ଧ ଥିଲା । ଅଚାନକ ଏହି ଗାଁରେ ଏମିତି କିଛି ହେଲା ଯାହା ଦ୍ୱାରା ସବୁ କିଛି ବଦଳିଗଲା । ସୂଚନା ଅନୁସାରେ କୁଲଧରାର ରାଜକୁମାର ସଲିମ୍ ସିଂଙ୍କ କୁଦୃଷ୍ଟି ସେଇ ଗାଁର ଏକ ସୁନ୍ଦରୀ ବ୍ରାହ୍ମଣୀ କନ୍ୟା ଉପରେ ପଡିଲା। ରାଜକୁମାର ତାଙ୍କ ସୌନ୍ଦର୍ଯ୍ୟରେ ଏମିତି ପଗାଲ ହେଲେ ଯେ, ସେ ବଳପୂର୍ବକ ତାଙ୍କୁ ବିବାହ କରିବାକୁ ଚାହିଁଲେ । କିନ୍ତୁ କନ୍ୟାଙ୍କ ପିତା ତାଙ୍କ ଝିଅଙ୍କୁ ଅନ୍ୟ କୌଣସି ସଂପ୍ରଦାୟରେ ବିବାହ ଦେବାକୁ ଚାହୁଁ ନ ଥିଲେ। ଏଭଳି ପରିସ୍ଥିତିରେ ସଲିମ୍ ସିଂ ଗ୍ରାମବାସୀଙ୍କୁ ଧମକ ଦେଲେ ଯେ ଯଦି ସେଇ ବ୍ରାହ୍ମଣୀ କନ୍ୟା ତାଙ୍କୁ ବିବାହ ନ କରନ୍ତି ତେବେ ସେ ଗାଁକୁ ଧ୍ୱଂସ କରିଦେବା ସହ ପ୍ରତ୍ୟେକଟି ଗ୍ରାମବାସୀଙ୍କୁ ଜୀବନରୁ ମାରି ଦେବେ । ଫଳରେ ଗ୍ରାମର ସବୁ ବ୍ରାହ୍ମଣ ଏକ ପଞ୍ଚାୟତ ଡକାଇଥିଲେ । ଓ ସେଇ ସଭାରେ ଠିକ କଲେ ଯେ ସମସ୍ତ ବ୍ରାହ୍ମଣ ଗ୍ରାମ ଛାଡି ପଳେଇଯିବେ। ଏହାପରେ ସମସ୍ତ ବ୍ରାହ୍ମାଣ ରାତାରାତି ସେ ଗାଁ ଛାଡି ପଲାଇଯାଇଥିଲେ । ବ୍ରାହ୍ମଣ ମାନେ ଯିବା ସମୟରେ ଅଭିଶାପ ଦେଲେ ଯେ, ଯିଏବି ଏହି ଗାଁରେ ରହିବାକୁ ଚେଷ୍ଟା କରିବ ସେ ପୂରା ବର୍ବାଦ ହୋଇଯିବ ଏବଂ ଏଠାରେ କେବେ କେହି ବସବାସ କରିପାରିବେ ନାହିଁ । ସେବେଠୁ ଏହି ଗ୍ରାମ ଜନଶୂନ୍ୟ ହୋଇ ପଡି ରହିଛି । କିନ୍ତୁ ଆଜି ପର୍ଯ୍ୟନ୍ତ ଏହାର ଅସଲ କାରଣ କଣ ତାହା ସ୍ପଷ୍ଟ ନାହିଁ । କିନ୍ତୁ ଆଜି ବି ଅନେକ ଲୋକେ କୁହନ୍ତି ବ୍ରାହ୍ମଣ ମାନଙ୍କ ଅଭିଶାପ ଯୋଗୁଁ ଆଜିବି ଦୀର୍ଘ ଦୀର୍ଘ ବର୍ଷ ଧରି ଏଠାରେ କେହି ବାସ କରନ୍ତି ନାହିଁ । ଯାହା ଫଳରେ ଲୋକଙ୍କ ବିଶ୍ୱାସ ରହିଛି କି ଜନବସତି ବାସ ନକରିବାରୁ ଏଠାରେ ଚାଲୁଛି ଭୂତପ୍ରେତଙ୍କ ରାଜତ୍ୱ । ଆଜି ବି ସନ୍ଧ୍ୟା ହେବା ପରେ ପରେ ସେ ଗାଁରୁ ବିକଟାଳ ଶଦ୍ଧ ଶୁଣିବାକୁ ମିଳେ । ସେଥିପାଇଁ ସେଠାରେ ରାତିରେ ଯିବାକୁ ନିଷେଧ କରାଯାଇଛି ।