ନୂଆଦିଲ୍ଲୀ,(ଏନଏନଏସ ଓଡ଼ିଆ /୦୯.୦୨): ତୁର୍କୀ ଓ ସିରିଆରେ ଭୟଙ୍କର ଭୂକମ୍ପ ଯୋଗୁଁ ହଜାର ହଜାର ଲୋକଙ୍କ ଜୀବନ ହାନି ହୋଇଛି । ଏବେବି ଅନେକ ଲୋକ ଧ୍ଵଂସ ସ୍ତୁପ ତଳେ ଚାପି ହୋଇ ରହିଛନ୍ତି । ସାରା ବିଶ୍ଵବାସୀ ଏଭଳି ଭୂକମ୍ପ ଦେଖି ସ୍ତବ୍ଧ ହୋଇଯାଇ ଥିବାବେଳେ ତୁର୍କୀ ଓ ସିରିଆକୁ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ସହାୟତା ଯୋଗାଇ ଦିଆଯାଉଛି । ଏହି ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ବିଶେଷଙ୍କୁ ବାଲୁକାକଳା ଜରିଆରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଖ୍ୟାତ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀର ନିଳାଦ୍ରୀ ବିଚ୍ ରେ ଏକ ବାଲୁକା ଚିତ୍ରକଳାରେ ଭୂକମ୍ପର ଦୃଶ୍ୟ ସ୍ଥାନ ଦେଇ ନିଜର ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସାରା ବିଶ୍ଵବାସୀ ଏହି ବିପଦ ସମୟରେ ସହାୟତାର ହାତ ବଢ଼ାଇବାକୁ ବାଲୁକା ଚିତ୍ରକଳାରେ ଅପିଲ୍ କରିଛନ୍ତି ସୁଦର୍ଶନ ।