ଭୂକମ୍ପରେ ଥରିଲା ଉତ୍ତରଭାରତ . ୬.୬ ତୀବ୍ରତାର ଅନୁଭୂତ ହୋଇଥିବା ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳ ବୋଲି ଆକଳନ କରାଯାଇଛି। ସେହିପରି ଉତ୍ତର ଭାରତରେ ମଧ୍ୟ ଏହି ଭୂକମ୍ପର ବଡ଼ଧରଣର ଝଟକା ଅନୁଭୂତ ହୋଇଛି।
ଜାତୀୟ ଭୂକମ୍ପ ବିଜ୍ଞାନ ଗବେଷଣା କେନ୍ଦ୍ର ଅନୁଯାୟୀ ଭୂକମ୍ପର ତୀବ୍ରତା ୬.୬ ରେକର୍ଡ଼ କରାଯାଇଥିବା ବେଳେ ଆଫଗାନସ୍ତାନାର ଫ୍ୟାଜାବାଦର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୧୩୩ କିମି ଦୂରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଆକଳନ କରାଯାଇଛି। ଏହି ଭୂକମ୍ପରେ ଅଧିକ କ୍ଷତିଗ୍ରସ୍ତ ହୋଇଛି ପାକିସ୍ତାନ। ପାକିସ୍ତାନର ପାଖସୁନଖ୍ୱା ଅଞ୍ଚଳର ଖ୍ୟବେର ,ବିଲାଲ ଫାଇଜିର ପ୍ରାୟ ୧୦୦ ଲୋକେ ଏଥିରେ ଆହତ ହୋଇଛନ୍ତି। ପାକିସ୍ତାନର ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଜୁରୁରୀକାଳୀନ ଆଲର୍ଟ ଜାରି କରରିଛନ୍ତି। ଦିଲ୍ଲୀ ଏନସିଆର ସମେତ ଭୂକମ୍ପର ଝଟକା ଉତ୍ତର ଭାରତକୁ ମଧ୍ୟ ଲାଗିଛି।