ବର୍ଷେ ଯାଉଣୁ ନଯାଉଣୁ ଭୂଷୁଡି ପଡିଛି ଜଜାଙ୍ଗ ଗାଁର ଗ୍ରାମ୍ୟ ଜଳଯୋଗାଣ ବିଭାଗର ପାଣି ପମ୍ପ ପରିସର ପାଚେରୀ । ୨୦୨୦ ମସିହାରେ ନିର୍ମାଣ ହୋଇଥିଲା କେନ୍ଦ୍ରାପଡା ବ୍ଲକ କପାଳେଶ୍ବର ପଞ୍ଚାୟତର ଜଜାଙ୍ଗ ଗାଁରେ ଏହି ପାଇପ୍ ପାନୀୟ ଜଳ ପ୍ରକଳ୍ପ । ପାଣି ପମ୍ପ ଗୃହ, ପାଣି ଟାଙ୍କି ଓ ଏହି ପମ୍ପ ହାଉସର ପାଚେରୀ କାର୍ଯ କରାଯାଇଥିଲା । ଗ୍ରାମବାସୀମାନଙ୍କ ଅଭିଯୋଗ ଯେ ଠିକାଦାର ନିମ୍ନମାନର ନିର୍ମାଣ ଜିନିଷ ଆଣିଥିବାରୁ ଗାଁ ଲୋକେ ସେଗୁଡିକୁ ଫେରାଇଦେଇ କାମ ବନ୍ଦ କରିଥିଲେ । ସେତେବେଳେ ବିଭାଗୀୟ କନିଷ୍ଠ ମନ୍ତ୍ରୀ ଘଟଣା ସ୍ଥଳରେ ପହଞ୍ଚି ଘଟଣାରେ ହସ୍ତକ୍ଷେପ କରିଥିଲେ । ପରେ ଠିକାଦାର ଗାଁ ଲୋକଙ୍କୁ ଭୟଭୀତ କରାଇ ନିମ୍ନମାନର କାମ କରିନେଲା । ନା ଦେଖିବାକୁ ଆସିଲେ ବିଭାଗୀୟ ଅଧିକାରୀ ନା ଆଉ ଭୟରେ ଗାଁ ଲୋକେ ଅଭିଯୋଗ କଲେ । ଯାହାର ପରିଣାମ ଘଟିଲା ବର୍ଷକପରେ । ଏବେ ପମ୍ପହାଉସର ପାଚେରୀ ଭୁଷୁଡିବାପରେ ଲୋକମାନଙ୍କ ଚିନ୍ତା ଯେ କେବେ ପୁଣି ଭୁଷୁଡିପଡିପାରେ ପାଣିଟାଙ୍କି । ଗୋଟିଏ ଠିକାଦାରର କାମ ଏହା ହୋଇଥିବାରୁ ଚିନ୍ତାରେ ପଡିଛନ୍ତି ଜଜାଙ୍ଗ ଗ୍ରାମବାସୀ । ଖବରପାଇ ବି ଏପର୍ଯ୍ୟନ୍ତ ବିଭାଗୀୟ ଅଧିକାରୀ ଏଠାକୁ ଦେଖିବାକୁ ଆସୁନାହାନ୍ତି । ତେବେ ଏସବୁ ନିମ୍ନ ମାନର କାମପାଇଁ ଲୋକେ ବିଭାଗୀୟ ଅଧିକାରୀଙ୍କୁ ଦାୟୀକରିଛନ୍ତି ।