ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୧୦.୦୨): ଭୁବନେଶ୍ୱର ଉତ୍କଳ ମଣ୍ଡପରେ ପହଂଚି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ବକ୍ତବ୍ୟ ରଖିବା ସହ କହିଥିଲେ ମାତୃ କରୁଣା ଜଣେ ବ୍ୟକ୍ତିକୁ ଅସାଧାରଣ କରେ । ବୃଦ୍ଧ ପିତାମାତାଙ୍କ ସେବା ହିଁ ମାନବ ଧର୍ମ । ବୃଦ୍ଧ ପିତାମାତାଙ୍କ ଯତ୍ନ ଆମେ ଠିକ୍ ଭାବେ ନେଇଛୁକି । ବାପା ମାଆଙ୍କ ଫଟୋ ପୂଜା ନୁହେଁ, ତାଙ୍କ ଯତ୍ନ ନେବା ଦରକାର । ଶରୀର ଓ ଆତ୍ମା ଉଭୟକୁ ଶୁଦ୍ଧି କରିବାକୁ ହେବ । ଆତ୍ମା ଶୁଦ୍ଧି ପାଇଁ ଯୋଗ ଧ୍ୟାନ କରିବାକୁ ହେବ । ନିଜର ଅଭିଜ୍ଞତା ବର୍ଣ୍ଣନା କରି ଯୋଗର ଉପାଦେୟତା କଥା କହିଲେ ରାଷ୍ଟ୍ରପତି । ଯୋଗ ପାଇଁ ଏଠି ଛିଡା ହୋଇ ଆପଣଙ୍କ ସହ କଥା ହେଉଛି । ଯୋଗ ଦ୍ୱାରାହିଁ ଜଣଙ୍କୁ ମାନସିକ ଶାନ୍ତି ମିଳିପାରିବ । ସାମାଜିକ ଆର୍ଥିକ ସହ ଆଧ୍ୟାତ୍ମିକ ବିକାଶ ଜରୁରୀ । ଗୋଟିଏ ସମୟରେ ମୁଁ ମାନସିକ ଶାରୀରିକ ଭାବେ ଭାଙ୍ଗି ପଡ଼ିଥିଲି ସେତେବେଳେ ମୁଁ ଯୋଗକୁ ଗ୍ରହଣ କଲି । ଆତ୍ମା ଶୁଦ୍ଧି ମାନସିକ ଶୁଦ୍ଧି ପାଇଁ ପ୍ରୟାସ ଜରୁରୀ