କଟକ ସହରକୁ ଆସନ୍ତା ୪ ବର୍ଷ ମଧ୍ୟରେ ଯୋଡ଼ିବା ପାଇଁ ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ୟ୍ୟାୟ ପାଇଁ ଭୁବନେଶ୍ୱର ମେଟ୍ରୋ ରେଳ କର୍ପୋରେସନ (ଡିଏମ୍ଆର୍ସି) ସହ ସୋମବାର (MoU) ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।
ଏହି କାର୍ୟ୍ୟକ୍ରମରେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ୬୨୫୫ କୋଟି ଟଙ୍କାର ଏହି ପ୍ରକଳ୍ପ ଓଡ଼ିଶାର ପରିବହନ ଇତିହାସରେ ଏକ ନୂଆ ଯୁଗର ସୂଚନା ଦେଉଛି।