ଗୋପାଳପୁର,(ଏନଏନଏସ ଓଡ଼ିଆ /୦୫.୦୩): ଆଜିଠାରୁ ରଙ୍ଗେଇଲୁଣ୍ଡା ବିମାନ ବନ୍ଦରରୁ ବିମାନ ଉଡ଼ିବ। ଆଜି ପଂଚାୟତିରାଜ ଦିବସ ଅବସରରେ ଭୁବନେଶ୍ବର-ରଙ୍ଗେଇଲୁଣ୍ଡା-ଭୁବନେସ୍ଵର ବିମାନ ଉଡ଼ାଣକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି । ଏଥିପାଇଁ ବିମାନ ବନ୍ଦରର ନାମ ଫଳକ ଲଗାଯାଇଛି। ଚାରିପଟ ପାଚେରିରେ ନୂଆ ରଙ୍ଗ ଲେପନ କରା ଯାଇଥିବା ବେଳେ ରନ୍ୱେକୁ ଧଳା ରଂଗରେ ଚିହ୍ନଟ କରାଯାଇଛି। ସମ୍ପୂର୍ଣ୍ଣ ବିମାନବନ୍ଦର ପରିସରକୁ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୁଲିସ ମଧ୍ୟ ନିୟୋଜିତ ହୋଇଛନ୍ତି। ଜିଲ୍ଲାପାଳ ଗତ ସନ୍ଧ୍ୟାରେ ଏହି ବିମାନବନ୍ଦରରେ ପହଁଚି ପ୍ରସ୍ତୁତି ଅନୁଧ୍ୟାନ କରିଥିଲେ । ସୂଚନା ମୁତାବକ, ଆଜି ସକାଳ ୯ଟା ୩୦ରେ ଭୁବନେଶ୍ବର ବିମାନ ବନ୍ଦରରୁ ୧୦ଟା ୨୦ରେ ଏହି ୯ସିଟ୍ ବିଶିଷ୍ଟ ବିମାନ ଆସି ରଙ୍ଗେଇଲୁଣ୍ଡାରେ ଅବତରଣ କରିଛି ।