ଭୁବନେଶ୍ୱର: ଭୀଷଣ ଗରମରୁ ଲୋକଙ୍କୁ ଆଶ୍ୱସ୍ତି ମିଳିଛି, ବଦଳିଛି ପାଣିପାଗ। ରାଜ୍ୟରେ ଉପକୂଳବର୍ତ୍ତୀ ଅଞ୍ଚଳମାନଙ୍କରେ ଆଜି ସକାଳୁ କୁହୁଡି ଦେଖିବାକୁ ମିଳିଛି । ରାଜଧାନୀ ଭୁବନେଶ୍ୱର ସହ ଅନ୍ୟ ଦୁଇଟି ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହୋଇଥିଲା । ଭୁବନେଶ୍ୱରରେ ଗତକାଲି ୩୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।ସେହିପରି ରାୟଗଡା, ମାଲକାନଗିରି ଆଦି ସ୍ଥାନରେ ତାପମାତ୍ରା ୩୮ ଡିଗ୍ରୀରୁ ଉର୍ଦ୍ଧ୍ୱରେ ରହିଛି । ଆଜିଠୁ ପାଞ୍ଚ ଦିନ ଯାଏଁ ବର୍ଷା ହେବାର ସମ୍ଭାବନା ନାହିଁ । ପାଗ ପ୍ରାୟତଃ ଶୁଖିଲା ରହିବ । ଆସନ୍ତା ୪ଦିନ ରାଜ୍ୟରେ ଶୁଖିଲା ପାଗ ରହିବ। ମୟୁରଭଞ୍ଜ, ଭଦ୍ରକ,ଏବଂ କଟକ, ଖୋର୍ଧା, କେନ୍ଦ୍ରାପଡା, ଜଗତସିଂହପୁର ଆଦି କେତେକ ଜିଲ୍ଲାରେ କୁହୁଡି ଦେଖାଦେଇଛି । କେତେକ ଅଞ୍ଚଳରେ ସ୍ବାଭାବିକ ଠାରୁ ୨ରୁ ୩ ଡିଗ୍ରୀ ତାପମାତ୍ରା ବଢିବ । ଗତକାଲି ଭୁବନେଶ୍ବରେ ତାପମାତ୍ରା 37 ଡିଗ୍ରୀ ରହିଥିବା ବେଳେ ଆଜି ସମାନ ରହିବ ବୋଲି ପୂର୍ବାନୁମାନ କରାଯାଉଛି । ଆକାଶ ମେଘାଛନ୍ନ ରହିବା ସହ ଉପକୂଳ ଏବଂ ଉତ୍ତର ଉପକୂଳ ଓଡ଼ିଶାରେ ତାପମାତ୍ରା ବଢିବ ନାହିଁ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି ।