ସମ୍ବଲପୁର ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିଶ୍ବବିଦ୍ୟାଳୟର ୨ ଦିନ ଭିତରେ ୩ଟି ହଷ୍ଟେଲରୁ ୨୫ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଭିସୁଟରରେ ୨୫ ଜଣ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗତକାଲି ୨୪ ଜଣଙ୍କୁ ଚିହ୍ନଟ କରାଯାଇଥିଲା। ଆଜି ଆଉ ଜଣଙ୍କୁ ଚିହ୍ନଟ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ୍ ସସପେଣ୍ଡ ହୋଇଛି ।କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି। ହଷ୍ଟେଲ ଯାଇ ସ୍ଥିତି ପରଖିଛନ୍ତି ଜିଲ୍ଲାପାଳ ଓ ପିଡି ଡିଆରଡିଏ। ୨୫ ଜଣ ଛାତ୍ର ଚିହ୍ନଟ ହେବା ପରେ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଛି। ସେମାନଙ୍କ ଠାରୁ ଆଉ କୌଣସି ଛାତ୍ର କିମ୍ବା ଆଉ କିଏ ଯେପରି ସଂକ୍ରମିତ ନହୁନ୍ତି ସେଥିପ୍ରତି ଧ୍ୟାନ ଦିଆଯାଇଛି। ପ୍ରଥମ ବର୍ଷ ପିଲାଙ୍କୁ ଶିକ୍ଷାନୁଷ୍ଠାନ ନ ଯିବାକୁ କୁଳପତି ଅନୁରୋଧ କରିଛନ୍ତି । ଏପରିକି ହଷ୍ଟେଲରେ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ବାହାରକୁ ନଆସିବାକୁ ବାରଣ କରାଯାଇଛି । ଅଫଲାଇନ କ୍ଲାସ ବନ୍ଦ କରି ସବୁ ପିଲାଙ୍କ ଅନଲାଇନ କ୍ଲାସ କରିବାକୁ ନିଷ୍ପତ୍ତି ହୋଇଛି। ୧୬ ଜଣ ଅନ୍ୟ ହଷ୍ଟେଲରେ ରହି ଚିକିତ୍ସିତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ୍ ସସପେଣ୍ଡ ହୋଇଛି ।ଶୁକ୍ରବାର ଦିନ ଭିସୁଟ୍ ହଷ୍ଟେଲରେ ରହୁଥିବା ୩ ଜଣ ଛାତ୍ର କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ଭିସୁଟ୍ର ପୁଲହ ଓ ପୁଲସ୍ଥ୍ୟ ହଷ୍ଟେଲରେ ୩ ଜଣ ଛାତ୍ର କୋଭିଡ୍-୧୯ ସଂକ୍ରମିତ ହୋଇଥିଲେ । ଫଳରେ ଉଭୟ ହଷ୍ଟେଲର ରୁମ୍ ନଂ- ୨୧୪,୨୧୭ ଓ ୨୧୮କୁ ସିଲ୍ କରିଦିଆଯାଇଥିଲା । ତେବେ ସମ୍ପୃକ୍ତ ଛାତ୍ରଙ୍କ ସଂସ୍ପର୍ଶରେ ଆସିଥିବା ଛାତ୍ରଛାତ୍ରୀମା ସେହିପରି ସଂକ୍ରମିତ ଛାତ୍ରଙ୍କୁ ଭିସୁଟ ଭିତରେ ହଷ୍ଟେଲରେ ହିଁ ଆଇସୋଲେସନରେ ରଖିବାକୁ ଚେଷ୍ଟା ଚାଲିଛି। ସେମାନଙ୍କ ଚିକିତ୍ସା ମଧ୍ୟ ସେଇଠି ହିଁ କରାଯିବ ବୋଲି କୁଳପତି କହିଛନ୍ତି।