ଓଡ଼ିଶା IAS ଓ IPS ଅଧିକାରୀ ଚଳାଉଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଏପରି ମନ୍ତବ୍ୟ ଦେଇ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ନୂଆ କଂଗ୍ରେସ ପ୍ରଭାରୀ କରିଛନ୍ତି ଅଜୟ କୁମାର। . ନିର୍ବାଚନ ପାଇଁ ଓଡିଶାରେ ବିଜେଡି ଓ ବିଜେପି କରିଛନ୍ତି ବୁଝାମଣା । ବିଜେଡି ବିଜେପିକୁ ୧୫ ଲୋକସଭା ଆସନ ଦେବାକୁ ହୋଇଛି ବୁଝାମଣା । କଂଗ୍ରେସ ପ୍ରଭାରୀ ଅଜୟ କୁମାର ଆଜି ଏହା କହିଛନ୍ତି ।ଶାସକ ଦଳ ବିରୋଧରେ ଅଭିଯୋଗ ଆଣି କଂଗ୍ରେସ ପ୍ରଭାରୀ କହିଛନ୍ତି, ରାଜ୍ୟରେ ବାହାରି ଶାସନ ଚାଲିଛି । ଅମଲା ଶାସନ ଲୋକଙ୍କ ପାଖରେ ପହଂଚିପାରୁନି ବୋଲି ସେ ଅଭିଯୋଗ କରିଛନ୍ତି । ରାଜ୍ୟର ଏକମାତ୍ର ରାଜନୈତିକ ଦଳ ଭାବେ କଂଗ୍ରେସ ଲୋକଙ୍କ ସହ ରହିଛି ବୋଲି ସେ ଦାବି କରିଛନ୍ତି । ନୂଆ ପ୍ରଭାରୀ ଭାବେ ନିଯୁକ୍ତ ହେବା ପରେ ଅଜୟ କୁମାର ପ୍ରଥମ ଥର ପାଇଁ ଓଡିଶା ଗସ୍ତରେ ଆସିଛନ୍ତି । ଏହି ସମୟରେ ଦଳୀୟ ନେତାଙ୍କ ସହ ଆଲୋଚନା କରି ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡିଛି ।
ସେ କହିଛନ୍ତି, ନେତାଙ୍କ ଅଧୀନରେ ଆଇଏଏସ୍ , ଆଇପିଏସ୍ କାମ କରିବା ଉଚିତ୍। ହେଲେ ଏଠାରେ ଆଇଏଏସ୍ ଓ ଆଇପିଏସ୍ ସରକାର ଚଳାଉଛନ୍ତି। ଏଠାରେ ମନ୍ତ୍ରୀ, ବିଧାୟକଙ୍କର କୌଣସି ସମ୍ମାନ ନାହିଁ। ସବୁଆଡ଼େ ଇଡି, ସିବିଆଇ ରେଡ୍ କରୁଛି ହେଲେ ଓଡ଼ିଶାରେ କାହିଁକି କରୁନି?
ଆସନ୍ତା ୨୪ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରୁଛି କଂଗ୍ରେସ। ନବ ନିଯୁକ୍ତ ପ୍ରଭାରୀ ଅଜୟ କୁମାର ଏହାର ନେତୃତ୍ୱ ନେଉଛନ୍ତି ଅନ୍ୟପକ୍ଷରେ ଅଜୟ କୁମାରଙ୍କ ଅଭିଯୋଗ ନେଇ ବିଜେପି ପ୍ରତିକ୍ରିୟା ରଖିଥିବା ବେଳେ ବିଜେଡିର ପ୍ରତିକ୍ରିୟା ମିଳିପାରିନି।
ବିଜେପି ଉପସଭାପତି ବିରଞ୍ଚି ତ୍ରିପାଠୀ କହିଛନ୍ତି, କଂଗ୍ରେସର ସାଂସଦ ଧୀରଜ ସାହୁ ବିଜୁ ଜନତା ଦଳ ସହଯୋଗରେ ଓଡ଼ିଶାରେ ତିନିଶହ ୫୦ କୋଟି ଟଙ୍କା ମଦ ବେପାର କରି ଓଡ଼ିଶାରେ ଗଚ୍ଛିତ କରି ରଖିଥିଲେ। ଏଥିରୁ ଜଣାପଡ଼ୁଛି କାହା ମଧ୍ୟରେ ଭଲ ସଂପର୍କ ରହିଛି? କଂଗ୍ରେସ ଓ ଦୁର୍ନୀତି ହେଉଛନ୍ତି ଦୁଇ ଭାଇ । ପ୍ରଥମେ କଂଗ୍ରେସ ଦୁର୍ନୀତି ବନ୍ଦ କରୁ, ତାହା ପରେ ନିଜର ମନ୍ତବ୍ୟ ଦେବ।