ଗତକାଲି ରାଜନଗର ବ୍ଲକ ଡ଼ାଙ୍ଗମାଳ ପଞ୍ଚାୟତ ବାଁକୁଆଳ ଗାଁର ଭିତରକନିକା ସୁରକ୍ଷା ସଂଘ ତରଫରୁ ଭିତରକନିକାକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ଜାତୀୟ ଉଦ୍ୟାନ ଭିତରକନିକାର ଆଖପାଖ ପରିସରକୁ ସ୍ୱଚ୍ଛତା କରାଯାଇଛି,ଏହି ସଂଗଠନର ଉଦେଶ୍ୟ ରହିଛି ଭିତରକନିକା ଜାତୀୟ ଉଦ୍ୟାନ କେନ୍ଦ୍ରାପଡ଼ା ତଥା ରାଜନଗରକୁ ବିଶ୍ୱ ଦରବାରରେ ପରିଚିତ କରିଛି ,ପ୍ରକୃତି ମାର ଏହି ଅମୁଲ୍ୟ ସମ୍ପଦ ତଥା ଜୈବ୍ୟ ବିବିଧତାରେ ଭରପୁର ହୋଇଥିବା ଏହି ଭିତରକନିକା ତାର କୋଳକୁ ଦେଶ ତଥା ଦେଶ ବାହାରୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଛି ,ଏଠାକାର ବନ୍ୟ ପ୍ରାଣୀ ଏହି ଅମୁଲ୍ୟ ସମ୍ପଦର ଶୋଭା ବଢ଼ାଇଛି ତେଣୁ ଏହାର ସୁରକ୍ଷା ଅତ୍ୟନ୍ତ ଆବଶ୍ୟକ ହୋଇଛି ,ଯେଉଁଭଳି ଭାବରେ ପର୍ଯ୍ୟଟକ ପରିଭ୍ରମଣ ରେ ଆସି ଅଜାଣତରେ ଭିତରକନିକା ପରିସରରେ ପ୍ଲାଷ୍ଟିକ ଜରି ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ଫିଙ୍ଗୁଛନ୍ତି ତାହାର ପ୍ରଭାବ ରେ ଜାତୀୟ ଉଦ୍ୟାନ ଭିତରକନିକାର ବନ୍ୟ ପ୍ରାଣୀ ଓ ଜୈବ୍ୟ ବିବିଧତା ପାଇଁ ବିପଦ ସୃଷ୍ଟି ହୋଇଛି ,ତେଣୁ ଏହି ଅମୁଲ୍ୟ ସମ୍ପଦର ସୁରକ୍ଷା ପାଇଁ ଗତକାଲି ଭିତରକନିକା ସୁରକ୍ଷା ସଂଘ ତରଫରୁ ଆବାଳ ,ବୃଦ୍ଧ ଓ ବନିତାପଙ୍କ ସହିତ ଶତାଧିକ ଯୁବକ ମାନଙ୍କ ଦ୍ୱାରା ଜାତୀୟ ଉଦ୍ୟାନ ମୁଖ୍ୟ ଫାଟକ ପାଖରୁ ସଫେଇ କାର୍ଯ୍ୟ ଆରମ୍ଭ ହୋଇ ବାଁକୁଆଳ ଗ୍ରାମ ଏବଂ ମା ଜୟ ଦୁର୍ଗା ମନ୍ଦିର ପରିସର ଓ ଭିତରକନିକା ଜଙ୍ଗଲ ଆଖପାଖ ସଫେଇ କରାଯାଇଛି,ଏହି ସଂଗଠନ ତଫରୁ ସରକାରଙ୍କୁ ନିବେଦନ କରାଯାଇଛି ଭିତରକନିକାର ପ୍ରତ୍ୟକ ଏକ ଶହ ମିଟର ଦୂରତାରେ ଗୋଟିଏ ଲେଖାଏ ଡଷ୍ଟବିନ କରିବାର ବ୍ୟବସ୍ତା କରାଯାଉ ,କାରଣ ଆଗକୁ ଡିସେମ୍ବର ଠାରୁ ଜାନୁଆରୀ ମାସରେ ଭିତରକନିକା ଜାତୀୟ ଉଦ୍ୟାନରେ ପର୍ଯ୍ୟଟକ ମାନଙ୍କ ଭିଡ ଜମିବ ଏବଂ ପର୍ଯ୍ୟଟକ ମାନଙ୍କ ଦ୍ୱାରା ବ୍ୟବହାର ହେଉଥିବା ପ୍ଲାଷ୍ଟିକ ଜାରି ଉପଯୁକ୍ତ ସ୍ଥାନରେ ରଖାଯାଇପାରିବ .