ଖବର ପ୍ରସାରଣ ପରେ ଜିଲ୍ଲାପାଳ ନେଲେ କଡା କାର୍ଯ୍ୟାନୁଷ୍ଠାନ । ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହେଉଥିବା ଲାଂଚ କାରବାରର ଭିଡିଓ ଭାଇରାଲ ହେବା ପରେ ସମ୍ପୃକ୍ତ କର୍ମଚାରୀଙ୍କୁ ସସପେଣ୍ଡ କରିଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ । ତେବେ କେନ୍ଦ୍ରାପଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଖୁଲମଖୁଲା ଲାଂଚ କାରବାରର ଭିଡିଓ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା । ଏହାପରେ ଆକ୍ସନ ମୋଡରେ ଆସିଥିଲେ କେନ୍ଦ୍ରାପଡା । ଦୁର୍ନୀତି ଅଭିଯୋଗ ବିରୋଧରେ କେନ୍ଦ୍ରାପଡା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଜିରୋ ଟଲରାନ୍ସ ବା ଶୂନ୍ୟ ସହନଶୀଳତାନୀତି ଅବଲମ୍ବନ କରି କର୍ମଚାରୀ ଦିବ୍ୟରଞ୍ଜନ ବେହେରାଙ୍କୁ ସସପେଣ୍ଡ କରିଥିବା ବେଳେ ବିବେକାନନ୍ଦ ନାୟକଙ୍କୁ କନିକା ତହସିଲକୁ ଟ୍ରାନ୍ସଫର କରିଛନ୍ତି ।