ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ . କଟକ ଜିଲ୍ଲା ସାଲେପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଅର୍ଜୁନ କୁମାର ସାହୁ। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କଟକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ୮ ଟି ସ୍ଥାନରେ ଏକାକାଳୀନ ଚଢ଼ଉ କରୁଛନ୍ତି ।
ଭୁବନେଶ୍ୱରର ଖଣ୍ଡଗିରି ବିହାର, ଲେନ୍ ନଂ ୨, ପ୍ଲଟ୍ ନମ୍ବର ୧୨୫/୩୦୫୬ରେ ଅବସ୍ଥିତ ତିନି ମହଲା କୋଠା, କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିସ୍ ତହସିଲ ଅନ୍ତର୍ଗତ ସଦାନନ୍ଦପୁର ଗ୍ରାମରେ ଅବସ୍ଥିତ ଦୁଇ ମହଲା କୋଠା, ବଳରାମପୁରରେ ଶ୍ରୀ ସାହୁଙ୍କ ଭଡ଼ାଘର, ରାୟପୁରରେ ତାଙ୍କ ସମ୍ପର୍କୀୟଙ୍କ ଘର, ବାଦାହାଟରେ ତାଙ୍କର ଘନିଷ୍ଠ ସହଯୋଗୀ କୁମାର ବେହେରାଙ୍କ ଘର, ଜିଲ୍ଲା କୃଷି କାର୍ଯ୍ୟାଳୟ, ନିକଟରେ ଥିବା ଶ୍ରୀ ସାହୁଙ୍କର ଅନ୍ୟ ଜଣେ ଘନିଷ୍ଠ ସହଯୋଗୀଙ୍କ ଭଡ଼ା ଘର, ସାଲେପୁରରେ ଥିବା ଶ୍ରୀ ସାହୁଙ୍କ ଅଫିସ୍ ରୁମ୍ ଓ ବାସଭବନ ଆଦିଠାରେ ଚଢ଼ଉ ଜାରି ରହିଛି।