କଳାହାଣ୍ଡି : ୫ଟି କାମରେ ବିଲ କରାଇଦେବାକୁ ନେଇ ଠିକାଦାରଙ୍କ ଠାରୁ ଲାଞ୍ଚ ନେଉଥିଲେ । ପ୍ରଧାନଶିକ୍ଷକ ସେହି ସମୟ ରେ ମାଡିଆସିଥିଲା ଭିଜିଲାନ୍ସ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଲେତେର ତ୍ରିଶକ୍ତି ଉଚ୍ଚ ବିଦ୍ୟାଳୟରେ ହୋଇଥିବା ୫ଟି କାମ ର ବିଲ କରିଦେବା ପାଇଁ ସ୍କୁଲ ର ପ୍ରଧାନ ଶିକ୍ଷକ ଦ୍ରୋଣ ତାଣ୍ଡି ଠିକାଦାର ଜୟରାମ ସାହୁଙ୍କ ଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଳାହାଣ୍ଡି ଭିଜିଲାନ୍ସ ବିଭାଗ ହାବୁଡ଼ରେ ପଡିଲେ ।
ଭିଜିଲାନ୍ସ ପକ୍ଷରୁ ଏକକାଳୀନ ସ୍କୁଲ ଅଫିସ ଓ ତାଙ୍କ ଘରେ ଚଢାଉ କରିଥିଲେ । ବର୍ତ୍ତମାନ ପର୍ୟ୍ୟନ୍ତ ଭିଜିଲାନ୍ସ ବିଭାଗ ପକ୍ଷରୁ ପ୍ରଧାନ ଶିକ୍ଷକ ଦ୍ରୋଣ ତାଣ୍ଡିଙ୍କ କାଗଜପତ୍ର ଯାଞ୍ଚ କରାଯାଉଥିବା ଜଣାପଡିଛି ।