ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୦୭.୦୩): ଭିଜିବ ରଙ୍ଗର ପର୍ବ ହୋଲି! ପଶ୍ଚିମା ଝଡ଼ ପ୍ରଭାବରେ ମଙ୍ଗଳବାର ଓ ବୁଧବାର କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଦୁଇ ଦିନ ଆକାଶ ମେଘାଚ୍ଛନ୍ନ ରହିବା ସହ ହାଲୁକା ବର୍ଷା ହୋଇପାରେ ବୋଲି ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଓଡ଼ିଶାର ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ, ନୂଆପଡ଼ା, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଗତ ୨୪ ଘଣ୍ଟାରେ ୧୫ ସହରର ତାପମାତ୍ରା ବୃଦ୍ଧି ପାଇଛି। ୩୫ ଡିଗ୍ରି ଉପରେ ରାଜ୍ୟର ୮ ଟି ସହର ରହିଥିବା ଜଣାଯାଇଛି। ଅନୁଗୁଳ ଜିଲ୍ଲା ତାଳଚେରର ତାପମାତ୍ରା ୩୮.୮ ଡିଗ୍ରି ରେକର୍ଡ କରାଯାଇଛି, ଯାହାକି ରାଜ୍ଯର ସବୁଠାରୁ ଉତ୍ତପ୍ତ ସହର। ରାଜଧାନୀର ତାପମାତ୍ରା ୩୮.୪ ରହିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ଆଗୁଆ ଆକଳନ କରିଚି ଆଞ୍ଚଳିକ ପାଣିପାଗ ବିଭାଗ। ଆଗକୁ ୨ ଡିଗ୍ରି ତାପମାତ୍ରା କମିବାର ସମ୍ଭାବନା ରହିଛି।