ଭାରତ ଯୋଡୋ ଯାତ୍ରା ପରେ ଏବେ କଂଗ୍ରେସ ପକ୍ଷରୁ ଆଉ ଏକ ଯାତ୍ରା ଘୋଷଣା ହୋଇଛି। ଆସନ୍ତାମାସ ତଥା ଜାନୁଆରୀ ୧୪ରୁ ‘ଭାରତ ନ୍ୟାୟ ଯାତ୍ରା’ ଆରମ୍ଭ କରିବ କଂଗ୍ରେସ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡେଗ ଏହି ଯାତ୍ରାରେ ପତାକା ଦେଖାଇ ଏହାର ଶୁଭାରମ୍ଭ କରିବେ। ପୁଣି ଥରେ ପଦଯାତ୍ରା କରିବେ କଂଗ୍ରେସ ନେତା ରାହୁଲ ଗାନ୍ଧି। ଏହି ଯାତ୍ରା ଜରିଆରେ ରାହୁଲ ଗାନ୍ଧି ଓଡ଼ିଶା ଆସିବେ।
ଗତ ବର୍ଷ ସେପ୍ଟେମ୍ବରରୁ ଭାରତ ଯୋଡୋ ଯାତ୍ରା କରିବା ପରେ ବର୍ତ୍ତମାନ ରାହୁଲ ଏହି ନୂଆ ଯାତ୍ରା କରିବାକୁ ଯାଉଛନ୍ତି। ଲୋକଙ୍କୁ ସାମାଜିକ ତଥା ଅର୍ଥନୈତିକ ନ୍ୟାୟ ଦେବା ପାଇଁ ‘ଭାରତ ନ୍ୟାୟ ଯାତ୍ରା’ କରିବ କଂଗ୍ରେସ। ଏଥି ‘ଭାରତ ନ୍ୟାୟ ଯାତ୍ରା’ ଉତ୍ତର-ପୂର୍ବ ରାଜ୍ୟ ମଣିପୁରରୁ ଆରମ୍ଭ ହେବ। ପଶ୍ଚିମ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଏହା ଶେଷ ହେବ। ଏହିପରି ଭାବରେ ରାହୁଲ ‘ଭାରତ ନ୍ୟାୟ ଯାତ୍ରା’ରେ ପୂର୍ବରୁ ପଶ୍ଚିମକୁ ଯାତ୍ରା କରିବାକୁ ଯାଉଛନ୍ତି।
‘ଭାରତ ନ୍ୟାୟ ଯାତ୍ରା’ରେ ଓଡ଼ିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏନେଇ କଂଗ୍ରେସ ସାଧାରଣ ସଂପାଦକ କେ.ସି ବେଣୁଗୋପାଳ ସୂଚନା ଦେଇଛନ୍ତି। ତେବେ ଓଡ଼ିଶାର କେଉଁ ସ୍ଥାନକୁ ରାହୁଲ ଆସବେ, ତାହା ସ୍ପଷ୍ଟ ହୋଇନାହିଁ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ଯାତ୍ରା ମଣିପୁରରୁ ଆରମ୍ଭ କରି ମୁମ୍ବାଇରେ ଶେଷ କରିବେ। ୬୨୦୦କିମିର ଏହି ଯାତ୍ରା ଆସନ୍ତା ଜାନୁଆରୀ ୧୪ରୁ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଚାଲିବ ଏହି ଯାତ୍ରା। ଏହି ଯାତ୍ରାରେ ୧୪ରାଜ୍ୟର ୮୫ଟି ଜିଲ୍ଲା ବୁଲିବେ ରାହୁଲ ଗାନ୍ଧୀ। ଏହି ଯାତ୍ରାରେ ସେ ଚାଲିବା ସହ ବସରେ ବି ଯାତ୍ରା କରିବେ।
ରାହୁଲ ଗାନ୍ଧୀ ଆର୍ଥିକ ନ୍ୟାୟ, ସାମାଜିକ ନ୍ୟାୟ ଓ ରାଜନୈତିକ ନ୍ୟାୟ ଏହି ତିନି ପ୍ରସଙ୍ଗ ନେଇ ଲୋକଙ୍କୁ ପାଖକୁ ଯିବେ।