ଭାରତ ଫେରିଲେ ୧୦୪ଜଣ ପ୍ରବାସୀ ଭାରତୀୟ । ଆମେରିକାର ମିଲିଟାରୀ ପ୍ଲେନ୍ ସି-୧୪୭ରେ ଆମେରିକାରେ ଅବୈଦ୍ଧ ଭାବେ ରହୁଥିବା ଭାରତୀୟ ନାଗରିକଙ୍କୁ ଭାରତ ନେଇ ଆସିଛି । ମଙ୍ଗଳବାର ବିଳମ୍ବିତ ରାତିରେ ଟେକ୍ସାସରୁ ବାହାରିଥିଲା ବିମାନଜ୍ଝ ଏହି ପ୍ଲେନ୍ ଅମୃତସରରେ ଅବତରଣ କରିସାରିଛି । ଭାରତ ଫେରୁଥିବା ୧୦୪ଜଣ ଭାରତୀୟଙ୍କ ମଧ୍ୟରେ ୧୩ଜଣ ପିଲା, ୭୯ ପୁରୁଷ, ୨୫ଜଣ ମହିଳା ରହିଛନ୍ତି । ୩୩ଜଣ ନାଗରିକ କେବଳ ଗୁଜରାଟରୁ ରହିଛନ୍ତି । ଗୁଜୁରାଟ ନାଗରୀକମାନେ ଅମୃତସର ବିମାନବନ୍ଦରରେ ରହିବେ । ସେଠାରୁ ସିଧାସଳଖ ତାଙ୍କୁ ଗୁଜରାଟ ପଠାଇଦିଆଯିବ ।
ମିଳିଥିବା ସୂଚନା ଆଧାରରେ, ଆମେରିକାରୁ ଭାରତ ଆସୁଥିବା ନାଗରିକଙ୍କୁ ମେକ୍ସିକୋ ଓ ଆମେରିକା ବର୍ଡରରୁ ଚିହ୍ନଟ କରାଯାଇଥିଲା । କୁହାଯାଉଛି କି ଏମାନେ ଅବୈଦ୍ଧ ଭାରେ ଆମେରିକାରେ ପ୍ରବେଶ କରିଥିଲେ । ଆମେରିକାରେ ୭.୨୫ହଜାରରୁ ଅଧିକ ଭାରତୀୟ ଅବୈଦ୍ଧ ଭାବେ ରହୁଥିବା ସୂଚନା ରହିଛି । ସେ ସମସ୍ତଙ୍କୁ ପର୍ୟ୍ୟାୟ କ୍ରମେ ଭାରତ ଫେରିବାକୁ ହେବ । ତେବେ କହୁରଖୁଛୁ କି ଭାରତ ଫେରିଥିବା ଏହି ୧୦୪ଜଣ ନାଗରିକଙ୍କୁ ଗିରଫ କରାଯିବ ନାହିଁ । କାହିଁକିନା ଏମାନେ କୌଣସି ପ୍ରକାର ଭାରତୀୟ ଆଇନକୁ ଉଲଂଘନ କରିନାହାନ୍ତି ।
ଆମେରିକା ଇତିହାସର ସବୁଠାରୁ ବଡ଼ ମିଶନ ଦେଶାନ୍ତର ଘୋଷଣା କରିଛନ୍ତି ଟ୍ରମ୍ପ । ଆମେରିକା ଇମିଗ୍ରେସନ ଆଣ୍ଡ କଷ୍ଟମ୍ସ ଏନ୍ଫୋର୍ସମେଣ୍ଟ ବିଭାଗ ୧୫ ଲକ୍ଷ୍ୟ ଅବୈଧ୍ୟ ପ୍ରବାସୀଙ୍କ ତାଲିକା ଜାରି କରିଛି । ଯାହା ଭିତରେ ଅଛନ୍ତି ୧୮ ହଜାର ଭାରତୀୟ ଜ୍ଝ ଟ୍ରମ୍ପ ରାଷ୍ଟ୍ରପତି ଭାବେ ଦାଇତ୍ୱ ଗ୍ରହଣ କରିବାର ୧୧ ଦିନ ପରେ ୨୫ ହଜାର ଅବୈଧ୍ୟ ପ୍ରବାସୀଙ୍କୁ ଅଟକ ରଖାଯାଇଛି । ଯାହା ଭିତରେ ଅଛନ୍ତି ୧୭ ଶହ ଭାରତୀୟ ।