୨୦୨୩ ବିଶ୍ୱକପର ୪୫ ତମ ମ୍ୟାଚରେ ଭାରତ ନେଦରଲ୍ୟାଣ୍ଡ କୁ ୧୬୦ ରନରେ ପରାସ୍ତ କରିଥିଲା। ଭାରତର ୪୧୧ ରନ୍ ଲକ୍ଷ୍ୟର ଜବାବରେ ସମଗ୍ର ନେଦରଲାଣ୍ଡ ଦଳ ୨୫୦ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଭାରତ ପକ୍ଷରୁ ମହମ୍ମଦ ସିରାଜ ଓ ଯଶପ୍ରୀତ ବୁମରା ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ। ଏହା ବ୍ୟତୀତ ଜାଡେଜା ଓ କୁଲଦୀପ୍ ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ।