ଭାରତ ର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସ ବାଦୀ ) ସୋରଡ଼ା ଆଞ୍ଚଳିକ ସମ୍ମିଳନୀ 7ଓ 8ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା . ପ୍ରଥମ ଦିନ 7ରେ କାଳୀ ମନ୍ଦିର ଠାରୁ ଏକ ପଟୁଆର ସହର ପରିକ୍ରମା କରି ରଥ ଗଡା ଛକ ଠାରେ ଅନୁଷ୍ଠିତ ସାଧାରଣ ସଭା ରେ ବିଭୁ ପ୍ରସାଦ ପାଣି ଗ୍ରାହଙ୍କ ସଭାପତିତ୍ୱ କରି ଥିଲେ l.ପାର୍ଟି ର ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ ଜିଲ୍ଲା ସମ୍ପାଦକ ମଣ୍ଡଳୀ ସଭ୍ୟକୈଳାଶ ଷଡ଼ଙ୍ଗୀ. ବରିଷ୍ଠ କୃଷକ ନେତା ପି ହରିକୃଷ୍ଣ ରେଡ୍ଡୀ ଗୋପାଳ ପାଣିଗ୍ରାହୀ. ଜିଲ୍ଲା କମିଟି ସଭ୍ୟ ନୀଳ ମଣି ଗୁରୁ. ସତ୍ୟ ମଣ୍ଡଳ. ଲୋଧାଗମାଙ୍ଗ . ବକ୍ତବ୍ୟ ରଖି ଥିଲେ ଦ୍ୱିତୀୟ ଅଧିବେଶନ ରେ ସମ୍ମିଳନୀରେ ଲୋଧା ଗମାଙ୍ଗ. ମୁଗୁନା ଗମାଙ୍ଗରୁତନି ଭୁଆଁ ସଭାପତିମଣ୍ଡଳୀ ସମ୍ମିଳନୀ କୁ ପାର୍ଟି ଜିଲ୍ଲା ସମ୍ପାଦକ ମଣ୍ଡଳୀ ସଭ୍ୟ ପି. ହରି କୃଷ୍ଣ ରେଡ୍ଡୀ ଉଦଘାଟନ କରିଥିଲେ l .ସମ୍ପାଦକ ବିଭୁ ପ୍ରସାଦ ପାଣିଗ୍ରାହୀ ସଙ୍ଘଠନ ରିପୋର୍ଟ ଉପସ୍ଥାପନା କରିଥିଲେ ନୀଳ ମଣି ଗୁରୁ. ସତ୍ୟମଣ୍ଡଳ. ଦାସ ଗମାଙ୍ଗ. ଗଣେଶ ପଗଡ ସଭାପରିଚାଳନା କରି ଥିଲେ lସମ୍ମିଳନୀ ରେଜିଲ୍ଲା ସମ୍ପାଦକ ମଣ୍ଡଳୀ ସଭ୍ୟ କୈଲାସ ଷଡ଼ଙ୍ଗୀ ଉଦଯାପନୀ ବକ୍ତବ୍ୟରଖି ଥିଲେ l.ଜିଲ୍ଲା କମିଟି ସଭ୍ୟ ଗୋପାଳ ପାଣିଗ୍ରାହୀ ଉପସ୍ଥିତ ସମ୍ମିଳନୀ ରେ ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟ କରିଆଦିବାସୀ ଜମି ପଟ୍ଟା ଦେବା. ଚାଷୀ ଫସଲ ର ଖର୍ଚ୍ଚ ର ଦେଢ଼ ଗୁଣ ଦର ଦେବା.ଚାଷୀର ସମସ୍ତ ଋଣ ଛାଡ଼କରିବା . ସୋରଡ଼ା ରେ ଶୀତଳଭଣ୍ଡାର ପ୍ରତିଷ୍ଠାସ୍ଥାପନ କରିବା. ଅଂଚଳ ରେ ସମସ୍ତ ଜମିରେ ଜଳସେଚନ କରିବା. ରେସନ କାର୍ଡ ରେ ମୁଣ୍ଡ ପିଛା 10କେ ଜି ଚାଉଳ ଦେବା ଆନ୍ଦୋଳନ କରି ଦାବୀ ହାସଲ କରିବାକୁ ନିଷ୍ପତ୍ତି ହୋଇଥିଲା.ଆସନ୍ତା ସମ୍ମିଳନୀ ପର୍ଯ୍ୟନ୍ତ ଏକ 15ଜଣ ଆଞ୍ଚଳିକ କମିଟି ଗଠନ କରାଯାଇଥିଲା ନୂତନ ସମ୍ପାଦକ ରୂପେ ବିଭୁ ପ୍ରସାଦ ପାଣିଗ୍ରାହୀ ପୁନଃ ନିର୍ବାଚିତ ହୋଇଛନ୍ତି.