ଭାରତରେ ଚିହ୍ନଟ ହୋଇଥିବା ଡବଲ ମ୍ୟୁଟାଣ୍ଟ ଭାରିଆଣ୍ଟ ବି୧୬୧୭ ର ନମୁନା ଏବେ ଏହି ଭାରିଆଣ୍ଟ ଅନ୍ୟ ୧୭ ଟି ଦେଶରେ ଚିହ୍ନଟ ହୋଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ନିର୍ଦେଶକ । ଏପ୍ରିଲ ୨୭ ପର୍ଯ୍ୟନ୍ତ ବିଶ୍ୱର ୧୭ ଟି ଦେଶରେ ପ୍ରାୟ ୧୨୦୦ ନମୁନାରେ ଭାରତୀୟ ଡବଲ ମୂଟାଣ୍ଟ ଚିହ୍ନଟ ହୋଇଥିବା ଜିଆଇଏସଏଆଇଡି ନାମକ ଏକ ବୈଶ୍ୱୟିକ ଏନଜିଓ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ଏଥିରୁ ଏକାଧିକ ମାମଲା ବ୍ରିଟେନ, ସିଙ୍ଗାପୁର, ଏବଂ ଆମେରିକାରୁ ଚିହ୍ନଟ ହୋଇଛନ୍ତି । ବର୍ତମାନ ସମଗ୍ର ବିଶ୍ୱରେ ଗତ ସପ୍ତାହରେ ପଚାଶ ଲକ୍ଷରୁର ଉର୍ଦ୍ଧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ଭାରତରେ କେବଳ ୩୮ ପ୍ରତିଶତ ଚିହ୍ନଟ ହୋଇଛନ୍ତି । ଭାରତରେ ଚିହ୍ନଟ ହୋଇଥିବା ଭାରିଏଣ୍ଟ ବି୧୬୧୭ କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବ୍ରିଟେନ, ଦକ୍ଷିଣ ଆଫ୍ରୀକା ଏବଂ ବ୍ରାଜିଲରେ ଦେଖା ଯାଇଥିବା ଭାରିଏଣ୍ଟ ତୁଳନାରେ ଅଧିକ ସଂକ୍ରମକ ଅଟେ ବୋଲି କହିଛନ୍ତି । ଭାରତରେ ଦେଖାଯାଉଥିବା ଡବଲ ମ୍ୟୁଟାଣ୍ଟ ଭାରିଏଣ୍ଟ ୧୩ ଟି ଭାରିଏଣ୍ଟର ମିଶ୍ରଣରେ ସୃଷ୍ଟି ହୋଇଥୀଲା ବେଳେ ଏହାର ନାମ କେବଳ ଦୁଇଟି ଭାରିଏଣ୍ଟ ଏଲ୪୫୨ଆର ଏବଂ ଇ୪୮୪କ୍ୟୁ ରୁ ହୋଇଛି । ଏହି ମୁଟାଣ୍ଟ ଟି ଭାରତରେ ଦେଖଅଯାଉଥିବା ଅନ୍ୟ ଭାରିଏଣ୍ଟ ତୁଳନାରେ ଅଧିକ ସଂକ୍ରମକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ।