ନୁଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣ ସୁନାମୀ ରୁପରେ ମାଡି ଚାଲିଛି । ଗତ ୨୪ ଘଣ୍ଟାରେ ୩,୮୬,୪୫୨ ଜଣ ନୁଆ ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ୩୪୯୮ ଜଣ ମୃତ୍ୟୁ ବରଣ କରିଛନ୍ତି । ତେବେ ଆସ୍ୱସତିର ବିଷୟ ଏହି ସମୟ ମଧ୍ୟରେ ୧,୫୩,୮୪,୪୧୮ ଜଣ ସଂକ୍ରମଣରୁ ମୁକୁଳିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ଦେଶରେ ଏବେ ମୋଟ ୩୧,୭୦,୨୨୮ ସକ୍ରିୟ ସଂକ୍ରମଣ ଅଛନ୍ତି । କରୋନା ସଂକ୍ରମଣରେ ଦେଶରେ ମୋଟ ୧,୮୭,୬୨,୯୭୬ ଜଣ ସଂକ୍ରମିତ ହୋଇଥିଲା ବେଳେ ୨.୦୮,୩୩୦ ଜଣ ମୃତ୍ୟୁ ବରଣ କରିଛନ୍ତି । ଗତକାଲି କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଚଂଳ ମାନଙ୍କୁ ଯେଉଁ ଜିଲ୍ଲା ବା ନିର୍ଦ୍ଧୀଷ୍ଟ ଅଚଂଳ ମାନଙ୍କରେ ଅଧିକ ମାତ୍ରାରେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେଠାରେ ଛୋଟଛୋଟ କଣ୍ଟେଣ୍ଟମେଣ୍ଟ ଜୋନ ଲଗାଇବାକୁ ନିର୍ଦେଶ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ମେ ମାସ ପାଇଁ ଯୋଉଁ କୋଭିଡ ଗାଇଲାଇନ ଜାରି କରୋଯାଇଛି ସେଥିରେ କେଉଁଠି ଲକ୍ଡାଉନ ବିଷୟରେ ଉଲ୍ଲେଖ ରହିନି । ତେବେ ଭାରତରେ କରୋନା ସକ୍ରମଣକୁ ରୋକିବାର ଏକମାତ୍ର ଉପାୟ କୋଭିଡ ଟିକାକରଣ କୁହାଯାଉଥିଲା ବେଳେ ଏବେ ସୁଦ୍ଧା ଭାରତରେ ମୋଟ ୧୫,୨୨,୪୫,୧୭୯ ଜଣଙ୍କୁ ଟିକା କରଣ ହୋଇଛି । ତେବେ ଗତକାଲି ଟିକା ଉତ୍ପାଦନ କାରି କମ୍ପାନୀ ଭାରତ ବୟୋଟେକ୍ ପକ୍ଷରୁ କୋଭସ୍କିନ୍ର ମୁଲ୍ୟରେ ୨୦୦ ଟଙ୍କା କମ କରାଯାଇ ରାଜ୍ୟ ଗୁଡିକୁ ଡୋଜ ପିଛା ୪୦୦ ଲେଖାଏଁ ଦରରେ ଟିକା ପ୍ରଦାନ କରିବାକୁ ସ୍ଥିର କରିଛନ୍ତି । ମେ ୧ ରୁ ୧୮ ବର୍ଷରୁ ଉର୍ଦ୍ଧ ଲୋକମାନଙ୍କୁ ଟିକା କରଣ ପାଇଁ ୧.୩୩ କୋଟି ଲୋକ ଏବେ ସୁଦ୍ଧା ପଞ୍ଜିକରଣ କରିଛନ୍ତି ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବିଭିନ୍ନ ରାଜ୍ୟରେ ଟିକା ଅଭାବରୁ ମେ ୧ରୁ ପରବର୍ତି ପର୍ଯ୍ୟାୟ ଟିକାକରଣ କିପରି ଆରମ୍ଭ କରିବେ ବୋଲି ପ୍ରଶ୍ନ ଉଠାଇଛନ୍ତି ।