ଅଂଚଳରେ ସମସ୍ତ ଜନସାଧାରଣ ଭାଗବତ ପ୍ରେମୀ ହୁଅନ୍ତୁ I ପ୍ରତିଦିନ ସନ୍ଧ୍ୟାରେ ଭାଗବତ ଚର୍ଚ୍ଚା କରନ୍ତୁ I ସେଥିରେ ଥିବା ଜୀବନ ଆଦର୍ଶ ରେ ଅନୁପ୍ରାଣିତ ହୋଇ ସାମାଜିକ ଚଳଣିକୁ ରୁଦ୍ଧିମନ୍ତ କରନ୍ତୁ I ଏହାର ପଠନ ଦ୍ୱାରା ମନ, ହୃଦୟକୁ ଶାନ୍ତି ମିଳିବା ସହ ସମସ୍ତ କାର୍ଯ୍ୟ ସକାରାତ୍ମକ ଧାରା ରେ ଅତିବାହିତ ହେବ I ପ୍ରତ୍ୟହ ପଠନ ଦ୍ୱାରା ନକାରାତ୍ମକ ବିଚାରଧାରା ଦୃଶ୍ୟଗମନ ହେବ ନାହିଁ I ଯୁବ ଗୋଷ୍ଠୀ ଙ୍କ ମନରେ ସଂସ୍କୃତି ପରମ୍ପରା ଉଜ୍ଜୀବିତ ହେବ I ବର୍ତ୍ତମାନ ସର୍ବତ୍ର ଉଗ୍ର ଆଧୁନିକ ମାନସିକତା ଦେଖା ଯାଉଥିବା ବେଳେ ପୁରାଣ, ପୂଜା ପଦ୍ଧତି, ଆଚାର, ବ୍ୟବହାର, ଗୁରୁ ସନମାନ, ଧାର୍ମିକ ପରିଚାଳନା ପ୍ରଭୃତି ରେ ବ୍ୟତିକ୍ରମ ଦେଖାଯାଉଛି I ଏ ସବୁକୁ ପ୍ରତିହତ କରିବାକୁ ହେଲେ ପ୍ରତିଦିନ ଭାଗବତ ପଢା ସହ ସବୁ ଅଂଚଳରେ ଅନ୍ତତଃ ମାସକୁ ଥରେ ଗୋଷ୍ଠୀ ଭିତିକ ପାରାୟଣ ଆୟୋଜନ ହେବା ଆବଶ୍ୟକ ବୋଲି ଅଂଚଳ ର ବିଶିଷ୍ଠ ପୁରୋହିତ, କବି, ସାହିତ୍ୟିକ, ପଣ୍ଡିତ ରାଧାକୃଷ୍ଣ ପ୍ରସାଦ ଦାଶ ଶର୍ମା ମତ ବ୍ୟକ୍ତ କରିଛନ୍ତି l ଏହା ଦ୍ୱାରା ଶାନ୍ତି ସହବସ୍ଥାନ, ଉଚିତ ପରିଚାଳନା ପ୍ରଣାଳୀ,ସୋହାର୍ଦ୍ଧ୍ୟପୂର୍ଣ୍ଣ ବାତାବରଣ, ସାମାଜିକ ଶିଷ୍ଠତା, ବନ୍ଧୁସ୍ନେହ ଆଚରଣ ପରି ଜୀବନ ର ପ୍ରକୃତ ଆବଶ୍ୟକତା ପୂରଣ ହୋଇପାରିବ ଓ ଭାଗବତ ପାରାୟଣ ହିଁ ସମାଜ ରେ ସକାରାତ୍ମକ ପରିବେଶ ସୃଷ୍ଟି କରାଇଥାଏ ବୋଲି କହିଛନ୍ତି l ସୂଚନା ଯୋଗ୍ୟ ଯେ ପଣ୍ଡିତ ରାଧା କୃଷ୍ଣ ଦାସ ଶର୍ମା ବହୁ କାବ୍ୟ, କବିତା, ଗୀତିନାଟ୍ୟ, ସ୍ତୋତ୍ର ଆଦି ରଚନା ସହ ରାଜ୍ୟ, ଜିଲ୍ଲା, ବ୍ଲକ, ଏନଏସି ସ୍ତର ରେ ବହୁବାର ପୁରସ୍କୃତ ହୋଇଛନ୍ତି I ତାଙ୍କରି ଉଦ୍ୟମ ରେ ସୋରଡ଼ା ରେ ବହୁ ବର୍ଷ ହେଲା ଭାଗବତ ସେବା ପରିଷଦ ନାମରେ ଗୋଟିଏ ଅନୁଷ୍ଠାନ ରହିଛି I ଯେଉଁ ଅନୁଷ୍ଠାନ ବିଭିର୍ଣ୍ଣ ସ୍ଥାନରେ ପାରାୟଣ କାର୍ଯ୍ୟକ୍ରମ ଆୟୋଜନ କରିଥାଏ I ସବୁ ଗ୍ରାମରେ ପୁଣି ପୂର୍ବ ଭଳି ଭାଗବତ ଟୁଙ୍ଗି କାର୍ଯ୍ୟକ୍ରମ ଚାଲୁ, ଯୁବ ବର୍ଗ ସେଥିରେ ଅଂଶ ଗ୍ରହଣ କରନ୍ତୁ I ଏଥିରେ ସବୁ ବର୍ଗ ର ବ୍ୟକ୍ତି ଯୋଗ ଦେବାକୁ ମଧ୍ୟ ନିବେଦନ କରାଯାଇଥାଏ I