ଧରମଭାଇ ସହ ମିଶି ମାଆକୁ ହତ୍ୟା କଲା ଜନ୍ମ କଲା ଝିଅ । ପରକିୟା ପ୍ରୀତିକୁ ନେଇ ୬୦ ବର୍ଷ ବୃଦ୍ଧା ମାଆକୁ ହାତ ଗୋଡ଼ ବାନ୍ଧି ଘର କରାଯାଇଛି ହତ୍ୟା । ତାହା ପୁଣି ନିଜର ଜନ୍ମ କଲା ବିବାହିତ ଝିଅ ଓ ପାଳିତ ପୁତ୍ର । ଜଗତସିଂହପୁର ଜିଲ୍ଲା ବନ୍ଦର ଥାନା ବନ୍ଦର ଗାଁରେ ଘଟିଛି ଏପରି ଜଘନ୍ୟ । ଦୁଇ ଅଭିଯୁକ୍ତ ହତ୍ୟାକାରୀଙ୍କୁ ଗ୍ରାମବାସୀ କାବୁ କରି ପୋଲିସର ଜିମା ଦେଇଛନ୍ତି ।
ଖବର ଅନୁଯାୟୀ, ବନ୍ଦର ଗାଁର ରୁମିଳା କାଣ୍ଡିଙ୍କର ୩ ଝିଅ ଥିବା ବେଳେ କୌଣସି ପୁଅ ନଥିଲେ । ସେଥିଲାଗି ସେ ତାଙ୍କର ଜଣେ ସମ୍ପର୍କୀୟଙ୍କ ପୁଅକୁ ପାଳିତ ପୁତ୍ର ଭାବରେ ଆଣି ଘରେ ରଖିଥିଲେ । ତେବେ ରୁମିଳାଙ୍କର ୩ ଝିଅ ସମସ୍ତେ ବିବାହ କରିଥିଲେ ମଧ୍ୟ ଜଣେ ଝିଅ ବିବାହ ପରେ ଆସି ବାପ ଘରେ ରହୁଥିଲେ । ପାଳିତ ପୁତ୍ର ଓ ଘରେ ରହୁଥିବା ଝିଅ ମଧ୍ୟରେ ଅନୈତିକ ସମ୍ପର୍କ ଗଢି ଉଠିଥିଲା । ଯାହାକୁ ରୁମିଳା ବିରୋଧ କରିଥିଲେ । ଶେଷରେ ଏଥିରେ ଉତ୍କ୍ଷିପ୍ତ ହୋଇ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ମଙ୍ଗଳବାର ଅପରାହ୍ନରେ ପାଳିତ ପୁଅ ରାଜେଶ କାଣ୍ଡି ଓ ଝିଅ ମିଶି ରୁମିଳାଙ୍କୁ ହାତ ଗୋଡ଼ ବାନ୍ଧିବା ପରେ ପିଟି ପିଟି ହତ୍ୟା କରିଥିବାର ଅଭିଯୋଗ ହୋଇଛି ।
ହତ୍ୟାକାଣ୍ଡ ପରେ ଉଭୟ ମୃତଦେହକୁ ଏକ ଜରିରେ ପ୍ୟାକିଙ୍ଗ କରି ଘର ଭିତରେ ପକାଇ ଦେଇଥିଲେ । ତେବେ ସନ୍ଧ୍ୟା ସମୟରେ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଘଟଣା ବାବଦରେ ସୁରାକ ପାଇ ଗ୍ରାମବାସୀ ମାନେ ଉଭୟ ଅଭିଯୁକ୍ତଙ୍କୁ କାବୁ କରିଥିଲେ । ଅଭିଯୁକ୍ତଙ୍କୁ ନିସ୍ତୁକ ମାଡ଼ ମାରିବା ସହ ପୋଲିସର ଜିମା ଦେଇଛନ୍ତି । ବନ୍ଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘର ଭିତରୁ ଶବ ଜବତ କରିବା ସହ ଦୁଇ ଅଭିଯୁକ୍ତ ହତ୍ୟାକାରୀଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି ।
https://youtu.be/PxUPcEXRgoY