ନୂଆଦିଲ୍ଲୀ,(ଏନଏନଏସ ଓଡ଼ିଆ /୦୫ .୦୩): ଭାଇରାଲ ଫିଭର ହେଲେ ମନଇଚ୍ଛା ଆଣ୍ଟିବାୟୋଟିକ୍ ଖାଉଛନ୍ତି କି? ସାବଧାନ! ଏହା ଶରୀର ପ୍ରତି ବିଶେଷ କ୍ଷତିକାରକ ହୋଇପାରେ । ମନଇଚ୍ଛା ଆଣ୍ଟିବାୟୋଟିକ୍ ନଖାଇବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ଏନେଇ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ ଷ୍ଟାଣ୍ଡିଂ କମିଟି ପକ୍ଷରୁ ସତର୍କ କରାଯାଇଛି । ଏବେ ଲୋକେ ଭୂତାଣୁ ଜନିତ ଜ୍ୱରରେ ପୀଡ଼ିତ ହେଉଛନ୍ତି । କଫ, ନାକରୁ ପାଣି ବୋହିବା, ଗଳା ଦରଜ, ଝାଡାବାନ୍ତି ଭଳି ଲକ୍ଷଣ ଦେଖାଦେଉଛି । ୩-୪ ଦିନ ଭିତରେ ଜ୍ୱର ଭଲ ହୋଇଯାଉଥିଲେ ମଧ୍ୟ କଫ ଯନ୍ତ୍ରଣା ଜାରି ରହୁଛି । ୫୦ ବର୍ଷରୁ ଉପରକୁ ଓ ୧୫ ବର୍ଷରୁ ତଳ ପିଲାଙ୍କୁ କ୍ଷେତ୍ରରେ ଏପରି ଦେଖାଦେଉଛି । ବାୟୁ ପ୍ରଦୂଷଣ ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି ।