ରାଜ୍ୟରେ ମୋହନ ସରକାରଙ୍କ ନିର୍ଦେଶ ପରେ ସହରରେ ଆରମ୍ଭ ହୋଇଛି ଜବର ଦଖଲ ଉଛେଦ ପ୍ରକ୍ରିୟା। ୧୯୯୩ ମସିହା ରେ ଭଦ୍ରକ ଜିଲ୍ଳା ସ୍ୱତନ୍ତ୍ର ଜିଲ୍ଳା ର ମାନ୍ୟତା ପାଇଥିଲା। ଜିଲ୍ଲାର ମୁଖ୍ୟ ରାସ୍ତା ପାଲଟିଥିଲା ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଠାରୁ ଚରମ୍ପା ପର୍ୟ୍ୟନ୍ତ । ସହରର କଳେବର ବୃଦ୍ଧି ପାଉଥିବା ବେଳେ ଲୋକ ସଂଖ୍ୟା ମଧ୍ୟ ବଢୁଥିଲା। କିନ୍ତୁ ଦିନକୁ ଦିନ ସହରର ମୁଖ୍ୟ ରାସ୍ତା ସଂକୁଚିତ ହେବାକୁ ଲାଗିଥିଲା, ଲୋକଙ୍କ ଦାବୀ ପରେ ପ୍ରଶାସନ ଯେତିକି ଉଛେଦ କରୁଥିଲା ଉଠା ଦୋକାନୀ ଓ ଟ୍ରଲି ବ୍ୟବସାୟୀ ଙ୍କର ପ୍ରାଦୂଭାବ ବଢୁଥିଲା। ଜିଲ୍ଲାର ଏହି ମୁଖ୍ୟ ବଜାର ଉପରେ ଭଦ୍ରକ ଜିଲ୍ଳା ସମେତ ବାଲେଶ୍ବର,କେନ୍ଦୁଝର ଜିଲ୍ଲାର ଲୋକେ ମଧ୍ୟ ନିର୍ଭର କରୁଥିଲେ। କିନ୍ତୁ ଯେତେବେଳେ ଏହି ସହରକୁ କୁ ଆସୁଥିଲେ ନାହିଁ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ।ଅନେକ ସମୟରେ ଏହି ଉଠା ଦୋକାନୀ ଓ ଟ୍ରଲି ବ୍ୟବସାୟୀ ଙ୍କ ପ୍ରାଦୁଭାବ ର ଶିକାର ହେଉଥିଲେ ସାଧାରଣ ଜନତା।ଏହାକୁ ନେଇ ଅଣନିଶ୍ଵାସୀ ହୋଇ ପଡୁଥିଲା ଜିଲ୍ଳା ପ୍ରଶାସନ।ଏବେ ବିଭିନ୍ନ ସଂଗଠନ ପକ୍ଷରୁ ବାରମ୍ବାର ଦାବୀ ପରେ ଆଜି ସହରରେ ଉଛେଦ ପକ୍ରିୟା ଆରମ୍ଭ ହୋଇଛି। ଆଜିର ଏହି ଉଛେଦ ରେ ଜିଲା ପ୍ରଶାସନର ଅଧିକାରୀ,ପୋଲିସ ପ୍ରଶାସନ ଉପସ୍ଥିତ ଅଛନ୍ତି ।