<h3>ଭଦ୍ରକ: ପ୍ରାର୍ଥୀପତ୍ର ଦାଖଲ ପାଇଁ ଭଦ୍ରକ ସହରରେ ନାହିଁ ନଥିବା ଭିଡ଼ ହୋଇଛି। ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ଶୋଭାଯାତ୍ରାରେ ବାଜା, ରୋଷଣୀ, ଡିଜେ ସହିତ ହଜାର ହଜାର କର୍ମୀଙ୍କ ସ୍ଲୋଗାନକୁ ନେଇ ସାରା ସହର ଆଜି ଦୁଲୁକିଥିଲା। ସହରର ବାଇପାସଠାରୁ କଚେରୀ ବଜାର, ମହତାବ ଛକରୁ ବନ୍ତ ଛକ, ଚରମ୍ପାରୁ ବାଇପାସ ସମେତ ସାରା ସହରରେ ଅସମ୍ଭବ ଭିଡ଼ ଭିତରେ ଟ୍ରାଫିକ ନିୟନ୍ତ୍ରଣ କରିବା ଲାଗି ପୁଲିସକୁ ନାକେଦମ ହେବାକୁ ପଡ଼ିଥିଲା। ଭଦ୍ରକ ଲୋକସଭା ଆସନ ପାଇଁ ବିଜେଡିରୁ ସାଂସଦ ମଞ୍ଜୁଲତା ମଣ୍ଡଳ, ବିଜେପିରୁ ଅଭିମନ୍ୟୁ ସେଠି ଜିଲ୍ଲାପାଳଙ୍କଠାରେ ନାମାଙ୍କନ କରିଥିଲେ। ଭଣ୍ଡାରିପୋଖରୀ ବିଧାନସଭା ଆସନ ଲାଗି ବିଜେଡିରୁ ସଞ୍ଜୀବ ମଲ୍ଲିକ, ବିଜେପିରୁ ଡ଼. ସୁଧାଂଶୁ ଶେଖର ନାୟକ, କଂଗ୍ରେସରୁ ନିରଞ୍ଜନ ପଟ୍ଟନାୟକ ଅତିରିକ୍ତ ଜିଲ୍ଲାପାଳଙ୍କ ଦପ୍ତରରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ପ୍ରାର୍ଥୀମାନେ ନିଜ ନିଜର ଅଞ୍ଚଳ ରୁ ବିରାଟ ଶୋଭାଯାତ୍ରାରେ ଯାଇ ଶକ୍ତି ପ୍ରଦର୍ଶନ କରିଥିଲେ।</h3>