ରାଜ୍ୟ ମହିଳା କମିଶନ ଦ୍ୱାରା ଜିଲ୍ଲା ସାମାଜିକ କଲ୍ୟାଣ ବିଭାଗ ସଂଯୋଜନା ରେ ସୋରଡ଼ା ସମ୍ୱନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ତରଫରୁ ପଞ୍ଚାନନ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ବ୍ଲକ ସ୍ତରୀୟ ଆଇନ ସଚେତନ ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ନଗରପାଳ ଶିବ ଶଙ୍କର ପଣ୍ଡା, ସାନମାନିତ ଅତିଥି ଭାବେ ବିଧାୟକ ପ୍ରତିନିଧି ତଥା ଜିପି ଶାସନ ସରପଞ୍ଚ ଦେବରାଜ ମଲିକ, ଗୋଚ୍ଛା ସରପଞ୍ଚ ତ୍ରିଲୋଚନ ସାହୁ, ଲାଠିପଡ଼ା ସରପଞ୍ଚ ଗୋପୀନାଥ ମଲିକ,ଗାଜଳବାଡ଼ି ସରପଞ୍ଚ ରଶ୍ମିତା ଆଚାର୍ଯ୍ୟ , ଜିଲ୍ଲା ପରିଷଦ ରାମ ଶବର, ଆଇନଜୀବି ଶ୍ରାବଣୀ ଦାସ,ପ୍ରମୁଖ ଯୋଗ ଦେଇଥିଲେ I ନାରୀ ମନେ ଶିକ୍ଷିତ ହେଲେ ସମାଜ, ପରିବାର, ଅଂଚଳ ତଥା ଦେଶ ସମୃଦ୍ଧି ରେ ସହାୟ ହେବା ସହ ଏକ ବିକଶିତ ଧାରା ପ୍ରବାହିତ ହେବ I ସମସ୍ତେ ଦେଶ ରେ ଆଇନ ସମ୍ବନ୍ଧରେ ନିହାତି ଜ୍ଞାନ ରଖିବା ଆବଶ୍ୟକ I ପ୍ରତି ମହିଳା ସମସ୍ତ ପ୍ରକାର ନିୟମ କାନୁନ ଉପରେ ଶିକ୍ଷା ଲାଭ କଲେ ସମାଜ ରେ ଶୃଙ୍ଖଳା ପରିସର ବୃଦ୍ଧି ପାଇବ I ଦୁର୍ନୀତି, ହିଂସା, ଦୁର୍ଘଟଣା, ଗଣ୍ଡଗୋଳ, ପାରିବାରିକ ସମସ୍ୟା, ଗୋଷ୍ଠୀ ଭିତ୍ତିକ ହିଂସା ଏ ସବୁକୁ ସମାଜ ରୁ ମୁଳୋତ୍ପାଟନ କରିବା ପାଇଁ ସାମୁହିକ ଭାବେ ଚେଷ୍ଟା ଜାରି ରଖିବାକୁ କୁହାଯାଇଥିଲା I ସମସ୍ତେ ଆଇନ ଅନୁଯାଇ ଚଳ ପ୍ରଚଳ ହେଲେ ସୁସ୍ଥ ସମାଜ ର ପରିକଳ୍ପନା କରାଇଯାଇ ପାରିବ ବୋଲି ଅତିଥି ମନେ କହିଥିଲେ I ଏଥିରେ ବ୍ଲକ ର 26 ପଂଚାୟତ ଓ ଏନ ଏ ସି ର ସମସ୍ତ ଅଙ୍ଗନ ବାଡ଼ି କର୍ମୀ, ମହିଳା ଗୋଷ୍ଠୀ ଯୋଗ ଦେଇଥିଲେ I