ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୧୮.୦୨): ବୟସ୍କ ଲୋକମାନେ ବ୍ରୋକୋଲି ପରିବା ଦେଖିଲେ, ତାକୁ ନୂଆ ଯୁଗରେ ପରିବା ବୋଲି କହିଥାନ୍ତି । ଶୀତଦିନେ ବଜାରରେ ବ୍ରୋକୋଲି ବିକ୍ରି ବଢେ । ଏହି ପରିବାକୁ ଫ୍ରାଏଡ଼୍ ରାଇସ୍ ରେ ମିଶାଇ , ସାଲାଡ଼୍ ଭାବେ ନଚେତ୍ ସୁପ୍ ପିଇପାରିବେ । ଲୈାହ,ଫାଇବାର୍ , ଭିଟାମିନ୍ ସି ଭରପୂର ବ୍ରୋକୋଲି ସୁପ୍ ପିଇଲେ ଶରୀରକୁ ଭିତରୁ ଉଷ୍ମତା ମିଳେ । ଥଣ୍ଡା,ସର୍ଦ୍ଦି ହେଲେ ଏଇ ସୁପ୍ ପିଇଲେ ଆରାମ୍ ଲାଗେ ।
ଯକୃତ ରୋଗୀ ଏଇ ପରିବାକୁ ସାଲାଡ଼୍ ଭାବେ ନଚେତ୍ ସୁପ୍ ଭଳି ପିଇପାରିବେ । ସେମାନଙ୍କ ପାଇଁ ବ୍ରୋକୋଲି ଶକ୍ତିବର୍ଦ୍ଧକ ପରିବା । ପ୍ରଚୁର ପରିମାଣରେ ଲୈାହ ଥିବାରୁ ବ୍ରୋକୋଲି ଖାଇଲେ ଥକ୍କା ବି ଲାଗେନି ।
ଗର୍ଭାବସ୍ଥା ସମୟରେ ବ୍ରୋକୋଲି ସୁପ୍ ପିଇଲେ ଗର୍ଭସ୍ଥ ଶିଶୁର ବିକାଶ ଭଲରେ ହୁଏ ବୋଲି ଅନୁଧ୍ୟାନ କହୁଛି । ଶୀତରେ ଖାଦ୍ୟ ଭଲଭାବେ ହଜମ ହୁଏନି । ବ୍ରୋକୋଲି ସୁପ୍ ପିଇଲେ ଏଇ ସମସ୍ୟା ମଧ୍ୟ ଦୂର ହୁଏ ।