ବୌଦ୍ଧ: ଗମନ ଗାମନ ଓ ପରିବହନ କ୍ଷେତ୍ର ରେ ମୁଖ୍ୟତଃ ପଶ୍ଚିମ ଓଡିଶାର ଚାରୋଟି ଜିଲ୍ଲାକୁ ପ୍ୱର୍ବ ଓଡିଶା ସହ ଯୋଡିବା ପାଇଁ ପ୍ରକଳ୍ପ ମଞ୍ଜୁର ପରେ ଆରମ୍ଭ ହୋଇଥିଲା ଖୋର୍ଦ୍ଧା – ବଲାଙ୍ଗିର ରେଳପଥ ପ୍ରକଳ୍ପ ର କାର୍ଯ୍ୟ । ବୌଦ୍ଧ ଜିଲ୍ଲାରେ ପ୍ରଥମ କରି ଟରନେଲ ନିମାଣ କରୁଥିବା ବେଳେ ବୌଦ୍ଧ ରୁ ଦଶପଲ୍ଲା ପଯ୍ୟନ୍ତ ନିର୍ମାଣ ହେଉଛି ୭ ଟି ଟରନେଲ । ଆଡେଣିଗଡ ଠାରେ ହେଉଛି ଓଡିଶାର ସବୁଠୁ ବଡ ଟରନେଲ । ଯାହାର ଲମ୍ବ ୪ କିଲୋମିଟର ରହିଛି । ସେପଟେ ଗୋଟିଏ ଟରନେଲ ରେ ଉଭୟ ପଟକୁ ବାଟ ଫିଟିଛି । ଯାହାର ଫୋଟୋ ଓ ଭିଡ଼ିଓ ରେଳ ବିଭାଗ ପକ୍ଷରୁ ସୋସିଆଲ ମିଡିଆ ରେ ସେୟାର କରାଯାଇଛି ବଡ ବଡ ଠିକା ସଂସ୍ଥା ଦ୍ୱାରା କାମ ଏବେ ଜୋର ସୋର ରେ ଅଗାଇ ଚାଲିଛି । ଆଶା କରାଯାଉଛି ଖୁବଶୀଘ୍ର ସରିବ ଟରନେଲ କାମ । ଆଉ ମାତ୍ର କିଛି ବର୍ଷ ର ଅପେକ୍ଷା ସମ୍ପର୍ଣ୍ଣ ହେବ ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ନିର୍ମାଣ କାଯ୍ୟ । ବଲାଙ୍ଗୀର ପଟୁ ସୁବର୍ଣ୍ଣପୁର ପର୍ୟ୍ୟନ୍ତ ଓ ଖୋର୍ଦ୍ଧା ପଟୁ ଦଶପଲ୍ଲା ପର୍ୟ୍ୟନ୍ତ ଗଡୁଛି ରେଳ । ରେଳ ବିଭାଗ ର ଡିଆରମ ଙ୍କ ହିବା ଅନୁସାରେ ଆଉ ମାର୍ଚ୍ଚ ମାସ ଶେଷ ସୁଦ୍ଧା ବୌଦ୍ଧ ଜିଲ୍ଲା କୁ ଗଡିବ ରେଳ । ବାଇଟ-୨-