ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ଅନ୍ତର୍ଗତ ଘଣ୍ଟି ଗୁଡ଼ା ଗ୍ରାମପଞ୍ଚାୟତ ନିବାସୀ ସୋମନାଥ ବାଗ ନାଗବମ୍ ରେ ବାହାରି ଦୀର୍ଘ ୪୦ କିଲୋମିଟର ସଡ଼କ ଉପରେ ନାଗସାପ ପରି ଘୁରୁଣ୍ଡି ଗୁରୁଣ୍ଡି ଶିବଙ୍କୁ ଜଲାଭିସେକ ମନସ୍କାମନା କରିବା ଚାଲିଛନ୍ତି। ଭକ୍ତ ଏବଂ ଭଗବାନ ଙ୍କ ସମ୍ପର୍କ ଅତି ନିବିଡ ହୋଇଥାଏ। ନିଜ ମନୋସ୍କାମନା ପୂରଣ ନେଇ ଏକ ସପ୍ତାହ ମଧ୍ୟରେ ପାତାଳଗଙ୍ଗାରୁ ଘଣ୍ଟିଗୁଡ଼ା ଗ୍ରାମକୁ ପହଞ୍ଚିବା ସ୍ବପ୍ନ , ସଡ଼କ ଉପରେ ସାପ ପରି ଗୁରୁଣ୍ଡି ଗୁରୁଣ୍ଡି ଅତିକ୍ରମ କରି ଚାଲିଛନ୍ତି। ଦୃଢ଼ ମନୋବଳ ଏବଂ ଗ୍ରାମବାସୀଙ୍କ ଉତ୍ସାହ ପ୍ରଦାନ ଯୋଗୁଁ ତାଙ୍କ ଲକ୍ଷ ପଥ ଅତିକ୍ରମ କରି ଚାଲିଛନ୍ତି। ଭଗବାନ ଙ୍କୁ ପାଇବା ପାଇଁ କଠିନ ପରିଶ୍ରମ ଏବଂ ତପସ୍ୟା କରିବା ପରମ୍ପରା ପୂର୍ବରୁ ରହିଅଛି। ବର୍ତ୍ତମାନର ଜ୍ୱଳନ୍ତ ଉଦାହରଣ ସ୍ୱରୂପ ସୋମନାଥ ବାଗ ଶ୍ରବଣ ମାସ ର ପ୍ରଥମ ସୋମବାର ଠାରୁ ଯାତ୍ରା ଆରମ୍ଭ କରିଛନ୍ତି। ଦ୍ବିତୀୟ ସୋମବାର ଦିନ ନିଜ ଗ୍ରାମ ଶିବ ମନ୍ଦିରରେ ଜଳାଭିଷେକ କରିବେ।ଆଜି ବୋଡ଼େନ ବ୍ଲକ ପାତାଳ ଗଙ୍ଗା ଠାରୁ ସିନାପାଲି ବ୍ଲକ୍ ଜାମଗାଁ ଦୀର୍ଘ ୨୫ କିଲୋମିଟର ଅତିକ୍ରମ କରିଛନ୍ତି। ନାଗ ବମ ଯାତ୍ରାରେ ଗ୍ରାମବାସୀମାନେ ସ୍ବାଗତ କରିବା ସହ ଯାତ୍ରା ସମୟରେ ସଡ଼କ କୁ ଝାଡୁ ମାରି, ଫୁଳ, ଫଳ ,ଚାଉଳ ,କ୍ଷୀର, ବେଲପତ୍ର, ନଡିଆ ଆଦି ଦେଇ ପୁଜା କରିଚାଲିଛନ୍ତି ।