ଆଜି ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ବୋଡ଼େନ ପଞ୍ଚାୟତ ସମିତି ସଭାଗୃହ ଠାରେ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ପକ୍ଷରୁ ୨୨୧ ଜଣ ହିତାଧିକାରୀଙ୍କୁ ନୂତନ କରି ଭତ୍ତାର ପ୍ରଥମ କିସ୍ତି ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବୋଡ଼େନ ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ କୁମାର ଙ୍କ ତତ୍ତ୍ଵାବଧାନରେ ନୂଆପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ନୂତନ ଭାବରେ ଭତ୍ତା ବଣ୍ଟନର ଶୁଭାରମ୍ଭ କରିଥିଲେ,। ଏଥିରେ ସମ୍ମାନିତ ଅତିଥି ଭାବରେ ବ୍ଲକ ଉପାଧ୍ୟକ୍ଷ ସଙ୍ଗୀତା ମାଝୀ,,ଉପସ୍ଥିତ ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବିଏସଏସଓ କୁମର ମାଝୀ, ଜୁନିଅର ଆସିଷ୍ଟନ ହିତେଶ ଆଡବାହି, ପିଏ ଚିତ୍ତରଞ୍ଜନ ଦଣ୍ଡସେନା ପ୍ରମୁଖଙ୍କ ଉପସ୍ଥିତିରେ ବ୍ଲକର ୧୫ ଗୋଟି ପଞ୍ଚାୟତର ୧୮୩ ଜଣ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାର ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରାଯାଇଥିବା ବେଳେ ୩୮ ଜଣ ହିତାଧିକାରୀଙ୍କୁ ଇନ୍ଦିରା ଗାନ୍ଧୀ ଜାତୀୟ ପେନସନ ଯୋଜନାର ଡିବିଟି ମୋଡରେ ବ୍ୟାଙ୍କ ଖାତାକୁ ଟଙ୍କା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସୁନାପୂର ସରପଞ୍ଚ ମୁକ୍ତା ରାଉତ, ଖଇରା ପଞ୍ଚାୟତ କୈଳାଶ ଦଳ, ରୋକାଳ ସରପଞ୍ଚ ଠାକୁର ବାଗ, ଲିଟିସର୍ଗି ସରପଞ୍ଚ ମିନତି ନନ୍ଦ, ବୋଡ଼େନ ସରପଞ୍ଚ ରଶ୍ମିତା ସିଂହା ପ୍ରମୁଖ ଯୋଗଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପିଇଓ ଜୟାନନ୍ଦ ମେହେର, ଗୁର୍ଯୁ ହଂସ, କ୍ଷମା ସୁନାନି ପ୍ରମୁଖଙ୍କ ସହ ବ୍ଲକ ସମସ୍ତ ସରପଞ୍ଚ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସହଯୋଗ କରିଥିଲେ।