ଶେରଗଡ଼ ,(ଏନଏନଏସ ଓଡ଼ିଆ /୨୫.୦୨):ବେଆଇନ୍ ଗୋରୁ ବୋଝେଇ କଣ୍ଟେନର ଅଟକ। ଖୋର୍ଦ୍ଧାରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଏକ ବେଆଇନ୍ ଗୋରୁ ବୋଝେଇ କଣ୍ଟେନରକୁ ଶେରଗଡ଼ ଟୋଲ୍ ଗେଟ୍ ନିକଟରେ ବଜରଙ୍ଗି ଦଳ ଏବଂ ଗ୍ରାମବାସୀ ଅଟକ ରଖିଛନ୍ତି । କଣ୍ଟେନରରେ 100ରୁ ଅଧିକ ଗୋରୁ ରହିଛନ୍ତି । ଅଭିଯୋଗ କରିବା ପରେ ଖନ୍ତାପଡ଼ା ପୋଲିସ ପହଁଞ୍ଚି ଗୋଟିଏ ସ୍କର୍ପିଓ ଗାଡ଼ି ସହ କଣ୍ଟେନରକୁ ଜବତ କରିଛି । ଆଜି ଭୋର ସମୟରେ ଏକ କଣ୍ଟେନରରେ ଖୋର୍ଦ୍ଧାରୁ ପଶ୍ଚିମବଙ୍ଗ ଗୋ ଚାଲାଣ ହେଉଥିବା ଖବର ପାଇବା ପରେ ଗ୍ରାମବାସୀ ଏବଂ ବଜରଙ୍ଗୀ ଦଳ କଣ୍ଟେନରକୁ ଧରିବାରେ ସଫଳ ହେଇଥିଲେ । ପ୍ରତ୍ୟେକ ଦିନ ବେଆଇନ୍ ଗୋ ଚାଲାଣ ହେଉଥିଲେ ମଧ୍ୟ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଥାନା ଗୁଡ଼ିକ ମୋଟା ଅଙ୍କର ଚାନ୍ଦା ନେଇ ଗୋ ଚାଲାଣ କାରିବାକୁ ସୁରକ୍ଷା ଦେଉଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଛି l