ମୃତ୍ୟୁ କେତେବେଳେ ଯେ ଆସିବ ସେଇ ନିୟତି ଛଡା ଆଉ କାହାକୁ ଜଣା ନଥାଏ | ବିହାର ପାଟନା ରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି | ଦିନାପୁର ଅଞ୍ଚଳରେ ଏକ ଯାତ୍ରୀବାହୀ ଜିପ ପୋଲ ରେଲିଂ ରେ ପିଟି ହୋଇ ଗଙ୍ଗା ନଦୀକୁ ଖସିପଡିଛି | ଘଟଣାସ୍ଥଳରେ ଏନଡିଆରଏଫ ଟିମ ପହଞ୍ଚି ୮ ଜଣଙ୍କ ମୃତଦେହ ଉଦ୍ଧାର କରାଛି | ତେବେ ଆହୁରି ୧୦ ଜଣ ଯାତ୍ରୀ ନିଖୋଜ ଥିବା ନେଇ ସୂଚନା ମିଳିଛି | ଉଲ୍ଲେଖଯୋଗ୍ୟ ଯେ ଯେଉଁ ସ୍ଥାନରେ ଦୁର୍ଘଟଣା ଘଟିଛି ତାହା ଏକ ଉଞ୍ଚା ରାସ୍ତା ଓ ପରେ ପୋଲ ରହିଛି | ଅନ୍ୟପଟେ ମଧ୍ୟ ପୋଲ ଭୁଲ ଶୈଳୀ ରେ ନିର୍ମାଣ କରାଯାଇଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି | ଯାହାଫଳରେ ବାରମ୍ବାର ଏହି ସ୍ଥାନଟିରେ ଦୁର୍ଘଟଣା ହେଉଥିବା ଅଭିଯୋଗ କରିଛନ୍ତି | ଏନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି |