ମନେ ପଡନ୍ତି ସୁବାସ, ମୁକ୍ତ ଆକାଶର ମୁକ୍ତ ଇଗଲ, ସ୍ୱାଧୀନତା ପାଇଁ ଶାନ୍ତି ନୁହେଁ ମାଗୁଥିଲେ ରକ୍ତ । ଶାନ୍ତି କିମ୍ବା ସହାନୁଭୂତି ନୁହେଁ, ମୁକ୍ତି ପାଇଁ ଆବଶ୍ୟକ ସଂଗ୍ରାମ । ସଶସ୍ତ୍ର ଆନ୍ଦୋଳନ ଦ୍ୱାରା ହିଁ ଭାରତକୁ ବ୍ରିଟିଶ ସାମ୍ରାଜ୍ୟବାଦରୁ ମୁକ୍ତି କରିହେବ । ଏ ଉକ୍ତି ଥିଲା ମୁକ୍ତ ଆକାଶର ଅଭେଦ୍ୟ ଇଲାକାରେ ଉଡିବୁଲୁଥିବା ଇଗଲ । ଯିଏ ପ୍ରତିଟି ମୂହୂର୍ତ୍ତରେ ଗୋରା ସରକାରଙ୍କୁ ନିଜ ଆଡକୁ ପାଛୋଟି ନେଇ ଶିକାର କରିବାର ଆଶରେ ଆତୁର ଥିଲେ । ଅହିଂସା ନୁହେଁ ରକ୍ତ ଝରାଇ ସ୍ୱାଧୀନତା ଛଡାଇ ଆଣିବାକୁ ସେ ଥିଲେ ଅଙ୍ଗୀକାର । ସେଥିପାଇଁ ତ ସେ କହୁଥିଲେ, ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି । ସମଗ୍ର ବିଶ୍ୱର ସେହି ସଂଗ୍ରାମୀ ପୁରୁଷ ଥିଲେ ବିସ୍ମୟୀ ବିଦ୍ରୋହୀ ସୁବାଷ ଚନ୍ଦ୍ର ବୋଷ ।
ଐିତିହ୍ୟ ନଗରୀ, ପ୍ରାଚୀର ଦୁଗର୍ଜର ଦୁଃସାହସୀ ସହର ସିଲିଭର ସିଟିରେ ଜନ୍ମ ନିଅନ୍ତି ସୁଭାଷ । ବାପା ଜାନକୀ ନାଥ ବୋଷ ଏବଂ ମାତା ପ୍ରଭା ଦେବୀଙ୍କ ନବମ ସନ୍ତାନ ଭାବେ ୧୮୯୭ ମସିହା ଜାନୁଆରୀ ୨୩ ତାରିଖରେ ପରାକ୍ରମୀ ଉତ୍କଳ ମାଟିରେ ପଡେ ଶୈଶବ ସୁଭାଷଙ୍କ କୁନି ପାଦ । ଆଉ ବିଦ୍ୟାଳୟରେ ପ୍ରଥମ ଦିନରୁ ହିଁ ସୁଭାଷଙ୍କ ପ୍ରତିଭାଙ୍କୁ ପରଖି ।ନଇଥିଲେ ପ୍ରଧାନ ଶିକ୍ଷକ ବେଣିମାଧବ ଦାସ । ୧୯୦୯ ମସିହାରେ ଉଚ୍ଚ ଶିକ୍ଷା ପାଇଁ ରେଭେନ୍ସା କଲେଜିଲଟ ସ୍କୁଲ ଏବଂ ପରବର୍ତ୍ତୀ ସମୟରେ କଲିକତାର ପ୍ରେସିଡେନ୍ସୀ କଲେଜରେ ଦର୍ଶନ ଶାସ୍ତ୍ର ଏବଂ ସ୍କଟିସ ଚର୍ଚ୍ଚ କଲେଜରେ ପାଠ ପଢନ୍ତି । ସେହିଠାରେ ହିଁ ସ୍ୱାମୀ ବିବେକାନନ୍ଦ ଓ ରାମକୃଷ୍ଣ ପରମହଂସଙ୍କ ଆଦର୍ଶରେ ଅନୁପ୍ରାଣିତ ହୁଅନ୍ତି ନେତାଜୀ ।
ଦେଶପ୍ରେମର ବହ୍ନି ଜଳେ ସେହି ପ୍ରେସିଡେନ୍ସୀ କଲେଜରେ । ଅଧ୍ୟାପକ ଓଟେନଙ୍କ ଭାରତ ବିରୋଧୀ ମନ୍ତବ୍ୟରେ କ୍ଷୁବ୍ଧ ହୋଇ କିଛି ସାଥିଙ୍କ ସହ ମିଶି ସେ ତାଙ୍କୁ କରନ୍ତି ଆକ୍ରମଣ । ପରେ ଏଥିପାଇଁ କିଛି ବର୍ଷ ପାଇଁ କଲେଜରୁ ବହିଷ୍କୃତ ବି ହୁଅନ୍ତି । କିନ୍ତୁ ଖୁଦିରାମଙ୍କ ଫାସି ଘଟଣାରେ ପ୍ରଭାବିତ ହୋଇ ବିଦେଶରେ ପାଠପଢା ପରିତ୍ୟାଗ କରି ୧୯୨୩ ମସିହାରେ ଭାରତୀୟ ରାଜନୀତିରେ ପ୍ରବେଶ କରନ୍ତି ସୁଭାଷ ଚନ୍ଦ୍ର ବୋଷ । ୧୯୨୪ ମସିହାରେ କଲିକତାର ମେୟର ହୁଅନ୍ତି । ପରେ ନିଜର ନିଷ୍ଠା ଏବଂ ବଳିଷ୍ଠ ନେତୃତ୍ୱ ବଳରେ ବଙ୍ଗଳା ପ୍ରାଦେଶିକ କଂଗ୍ରେସ କମିଟିର ସମ୍ପାଦକ ଏବଂ ଜାତୀୟ କଂଗ୍ରେସର ସଭାପତି ଆସନର ଅକ୍ତିଆର କରନ୍ତି । କିନ୍ତୁ ବ୍ରିଟିଶ ସରକାର ନିର୍ଦୟ ନିର୍ଯ୍ୟାତନା ଏବଂ ଭାରତୀୟଙ୍କ ଅସହ୍ୟ ଯନ୍ତ୍ରଣା ତାଙ୍କ ମନରେ ବିପ୍ଳବର ବହ୍ନି ଜଳାଏ । ପରବର୍ତ୍ତୀ ସମୟରେ ୧୯୩୯ ମସିହାରେ ଜନ୍ମନ୍ଖଶ ସୁଭାଷଙ୍କ ମାନଓ ସନ୍ତାନ ‘ଫରୱାର୍ଡ ବ୍ଲକ୍’ ।
ସଶସ୍ତ୍ର ଆନ୍ଦୋଳନ ହିଁ ଦେଶକୁ ବ୍ରିଟିଶ ସାମ୍ରାଜ୍ୟରୁ ମୁକ୍ତ କରିପାରିବ, ଏହି ବିଶ୍ୱାସ ରଖୁଥିବା ସୁଭାଷ, ମହାତ୍ମା ଗାନ୍ଧୀଙ୍କ ଅହିଂସା ନୀତିକୁ ପ୍ରତ୍ୟାଖ୍ୟାନ କରି ଭାରତ ଛାଡିଥିଲେ । ବିଦେଶ ମାଟିରେ ବୁଣି ଥିଲେ ଭାରତ ସ୍ୱାଧୀନତାର ମଞ୍ଜି । ୧୯୪୧ ଜାନୁଆରୀ ୧୭ ତାରତଖରେ ସେ ଭାରତର ସୀମାନ୍ତ ଅତିକ୍ରମ କରି ଆଫଗଜାନିସ୍ତାନ ଓ ସୋଭିଏତ୍ ଋଷ ଦେଇ ପହଞ୍ଚିଥିଲେ ବର୍ଲିନରେ । ଜର୍ମାନୀର ନାଜି ଶାସକ ହିଟଲରଙ୍କ ସହ ସାକ୍ଷାତ କରି ଭାରତର ସ୍ୱାଧୀନତା ହାସଲ ସମ୍ପର୍କରେ ତାଙ୍କୁ ସାହାର୍ଯ୍ୟ କରିବାକୁ ନାରାବାଜିଚରିବାକୁ ଅନୁରୋଧ କଲେ । ସୁଦୂର ବର୍ଲିନରୁ ଆଜାନ୍ଦ ହିନ୍ଦ ରେଡିଓ ମାଧ୍ୟମରେ ଭାରତକୁ ଦେଇଥିଲେ ସଂଗ୍ରାମୀ ଆହ୍ୱାନ । ଏବଂ ପ୍ରତିଟି ଭାରତୀୟଙ୍କ କାନରେ ପଡିଥିଲା ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବୀ । କିନ୍ତୁ ୧୯୪୫ ମସିହାଠାରୁ ହଠାତ୍ ଆସେ ଏବ ଅବିଶ୍ୱସନୀୟ ଖବର । ସ୍ୱାଧୀନ ଭର୍ତର ସ୍ୱପ୍ନ ନେଇ ବିଦେଶ ମାଟିରେ ଡେଣା ଝାଡି ଉଡୁଥିବା ଏହି ଶିକାରୀ ଇଗଲ ଆକାଶରେ ହୋଇଯାଆନ୍ତି ନିଶ୍ଚିହ୍ନ । ବିମାନ ଦୁର୍ଘଟଣା ଭଳି ଏକ ଖବର ଯାହା ଅନ୍ଧାରୀ କାଗଜର ଅଲିଭା କାଳିରେ ଆକସ୍ମିକ ରେଖାୟିତ । ଯାହାର ସତ୍ୟତା ଘଟଣାର ୭୭ବର୍ଷ ପରେ ମଧ୍ୟ ସନ୍ଦୀହାନ । ଶାହନୱାଜ କମିଟି , ଖୋସଲା କମିଶନ, ମୂଖାର୍ଜୀ କମିଶନ ପରି ଅନେକ କମିଶନ ଅଫ ଇନକ୍ୱାରି ବସିଥିଲେ ମଧ୍ୟ ତାଙ୍କର ମୃତ୍ୟୁର କାରଣ ଏବଂ ସମୟ ସଠିକ୍ ଭାବେ ନିରୂପିତ ହୋଇପାରି ନାହିଁ ।